27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶତୃଣମୂଳ କଂଗ୍ରେସର ନିର୍ବାଚନୀ ଘୋଷଣାପତ୍ର; ସିଏଏ ହଟାଇବୁ, ଲାଗୁ କରାଯିବନି ୟୁସିସି

ତୃଣମୂଳ କଂଗ୍ରେସର ନିର୍ବାଚନୀ ଘୋଷଣାପତ୍ର; ସିଏଏ ହଟାଇବୁ, ଲାଗୁ କରାଯିବନି ୟୁସିସି

କୋଲକାତା: ଦେଶରେ ଲାଗୁ ହେବନି ୟୁନିଫର୍ମ ସିଭିଲ୍ କୋଡ ତଥା ୟୁସିସି । ସେହିପରି ସିଏଏ ଆଇନ୍ ମଧ୍ୟ ରଦ୍ଦ ହେବ । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ଆଜି ନିଜ ନିର୍ବାଚନୀ ଘୋଷଣାପତ୍ର ଜାରି କରି ଏଭଳି କିଛି ପ୍ରତିଶ୍ରୁତି ଦେଇଛି ତୃଣମୂଳ କଂଗ୍ରେସ । ଦଳର ଏହି ଘୋଷଣାପତ୍ରକୁ ତୃଣମୂଳ ସାଂସଦ ଡେରେକ ଓ’ବ୍ରାଇନ୍‌, ପଶ୍ଚିମବଙ୍ଗର ମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଅମିତ ମିତ୍ର ପ୍ରକାଶ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଉପସ୍ଥିତ ନଥିଲେ ।  ନିର୍ବାଚନୀ ଘୋଷଣା ପତ୍ରରେ ଟିଏମ୍‌ସି ଦେଶବାସୀଙ୍କୁ ୧୦ ପ୍ରତିଶ୍ରୁତି ଦେଇଛନ୍ତି । ଯଦି କେନ୍ଦ୍ରରେ ତାଙ୍କ ସରକାର ଗଠନ ହୁଏ ତେବେ ସିଏଏ ଆଇନ୍ ରଦ୍ଦ କରାଯିବ । କେବଳ ସେତିକି ନୁହେଁ ଏନ୍‌ଆରସି ଓ ୟୁସିସିକୁ ମଧ୍ୟ ଲାଗୁ କରାଯିବ ନାହିଁ । ଟିଏମ୍‌ସିର ନିର୍ବାଚନୀ ମେନିଫେଷ୍ଟୋ ଜାରି କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ଯଦି  କେନ୍ଦ୍ରରେ  ଟିଏମସି ସରକାର ଗଠନ ହୁଏ ତେବେ ମନରେଗା ଅଧୀନରେ ଥିବା ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ । ସମସ୍ତଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହେବ । ଏଥିସହ ବିପିଲ କାର୍ଡଧାରୀଙ୍କୁ ବର୍ଷକରେ ୧୦ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ମିଳିବ । ଏଥିସହ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ୫ କିଲୋଗ୍ରାମ ମାଗଣା ରାସନ ପ୍ରଦାନ କରାଯିବ । ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍ ଦିଆଯିବ । ଜାତୀୟ ସ୍ତରରେ ଲକ୍ଷ୍ମୀ ଭଣ୍ଡାର ଯୋଜନା କାର୍ଯ୍ୟକାରୀ ହେବ ଯେଉଁଥିରେ ମହିଳାମାନଙ୍କୁ ମାସିକ ଏକ ନିର୍ଦ୍ଦିଷ୍ଟ ପରିମାଣ ଦିଆଯିବ । ସମସ୍ତ ନାଗରିକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ ଟିଏମ୍‌ସି ନିଜ ନିର୍ବାଚନୀ ଘୋଷଣା ପତ୍ରରେ କହିଛି । ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ସ୍ନାତକ ଏବଂ ଡିପ୍ଲୋମା ଧାରୀ ଯୁବକଙ୍କୁ ମାସିକ ଷ୍ଟାଇପେଣ୍ଡ ସହିତ ୧ବର୍ଷ ଆପ୍ରେଣ୍ଟିସିପ୍ (ଯେକୌଣସି କ୍ଷେତ୍ରରେ ତାଲିମ) ପ୍ରଦାନ କରାଯିବ । ଉଚ୍ଚଶିକ୍ଷାପ୍ରାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ର କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବ । ଏସସି, ଏସଟି ଏବଂ ଓବିସି ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ପରିମାଣ ତିନିଗୁଣ ହେବ । ଯେପରି ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଏକ ନିର୍ଦ୍ଧାରିତ ଦର ଧାର୍ଯ୍ୟ କରାଯିବ । ମୂଲ୍ୟ ପରିବର୍ତ୍ତନକୁ ରୋକିବା ପାଇଁ ଏକ ‘ମୂଲ୍ୟ ସ୍ଥିରତା ପାଣ୍ଠି\’ ପ୍ରତିଷ୍ଠା କରାଯିବ । ସ୍ୱାମୀନାଥନ ଆୟୋଗର ସୁପାରିଶ ଅନୁଯାୟୀ ଭାରତର କୃଷକମାନଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦିଆଯିବ, ଯାହା ସମସ୍ତ ଫସଲ ପାଇଁ ଉତ୍ପାଦନ ମୂଲ୍ୟଠାରୁ ସର୍ବନିମ୍ନ ୫୦ ପ୍ରତିଶତ ଅଧିକ ହେବ ବୋଲି ଇସ୍ତହାରରେ ପ୍ରତିଶ୍ରୁତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking