29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଇସିଙ୍କ ପରାମର୍ଶ; ଭୋଟିଂ ବେଳେ କୁଚବିହାର ଯାଆନ୍ତୁନି

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଇସିଙ୍କ ପରାମର୍ଶ; ଭୋଟିଂ ବେଳେ କୁଚବିହାର ଯାଆନ୍ତୁନି

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସ୍‌ଙ୍କୁ କୁଚବିହାର ଯିବାକୁ ମନା କରିଛନ୍ତି ନିର୍ବାଚନ କମିଶନ । ଭୋଟିଂ ବେଳେ ଏଠାକୁ ନଯିବାକୁ ନିର୍ବାଚନ କମିଶନ ତାଙ୍କୁ ପରାମର୍ଶ ଦେଇଛନ୍ତି । ଆସନ୍ତା ଏପ୍ରିଲ ୧୮ ଓ ୧୯ ତାରିଖ ଦିନ କୁଚବିହାର ଯାତ୍ରା ନକରିବାକୁ ରାଜ୍ୟପାଳଙ୍କୁ ଇସି ପରାମର୍ଶ ଦେଇଛନ୍ତି । ଆସନ୍ତା ଏପ୍ରିଲ ୧୯ ତାରିଖରେ ପଥମ ପର୍ଯ୍ୟାୟ ଭୋଟିଂ ହେବ । ଏହି ସମୟରେ ଯଦି ସେ କୁଚବିହାର ଯାତ୍ରା କରନ୍ତି ତେବେ ଏହା ନିୟମ ଅନୁଯାୟୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହେବ । ତାଙ୍କର ଗସ୍ତ ଯୋଗୁ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ । ତେଣୁ ଏହି ଦିନ ଏଠାକୁ ଯାତ୍ରା କରନ୍ତୁ ନାହିଁ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ କୁହାଯାଇଛି । ନିର୍ବାଚନ ଆୟୋଗର ଏହି ପରାମର୍ଶ ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ ରାଜ୍ୟପାଳ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ କରିବାର କିଛି ସପ୍ତାହ ପରେ ଆସିଛି । ରିପୋର୍ଟ ମୁତାବକ, ଆସନ୍ତା ଏପ୍ରିଲ ୧୮ ଓ ୧୯ରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସଙ୍କ କୁଚବିହାର ଗସ୍ତ କାର୍ଯ୍ୟକ୍ରମ ଥିଲା । ଗତ ନିର୍ବାଚନ ବେଳେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୁଚବିବହାରରେ ଡେରା ପକାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଗୁରୁବାର ଦିନ ସାକଳୁ ସେ କୋଲକାତାରୁ କୁଚବିହାର ଅଭିମୁଖେ ଯାତ୍ରା କରିଥାନ୍ତେ । ଭୋଟିଂ ସରିବା ପରେ ସନ୍ଧ୍ୟାରେ ସେ ଫେରିବା କାର୍ଯ୍ୟକ୍ରମ ଥିଲା । ତେବେ ଏହି କାର୍ଯ୍ୟକ୍ରମକୁ ଏବେ ବାତିଲ କରିବା ପାଇଁ ନିର୍ବାଚନ କମିଶନ ତାଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking