34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶତ୍ରିପୁରାରେ ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ; ଉତ୍ତର-ପୂର୍ବକୁ ଶାସନ କରି ବର୍ବାଦ କରିଛନ୍ତି କମ୍ୟୁନିଷ୍ଟ

ତ୍ରିପୁରାରେ ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ; ଉତ୍ତର-ପୂର୍ବକୁ ଶାସନ କରି ବର୍ବାଦ କରିଛନ୍ତି କମ୍ୟୁନିଷ୍ଟ

ଅଗରତାଲା: ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ଥିଲା ପ୍ରଚାରର ଶେଷ ଦିନ । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାର ଅଗରତାଲାରେ ଏକ ଜନ ସମାବେଶରେ ବିକାଶର ପେଢି ଖୋଲିବା ସହିତ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ।  କମ୍ୟୁନିଷ୍ଟମାନେ ତ୍ରିପୁରାରେ ଶାସନ କଲେ ଏବଂ ଏଠାକାର ଲୋକଙ୍କୁ ଧ୍ୱସଂ କରିଥିଲେ । କୌଣସି ସରକାର ଏ ବିଷୟରେ ଚିନ୍ତା ମଧ୍ୟ କରିନାହାନ୍ତି ବୋଲି ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ ପ୍ରଥମେ ଜନସଭାକୁ ସମ୍ବୋଧିତ କରି ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଥିଲେ । ଏହା ପରେ ସେ କହିଥିଲେ, \”ଭାରତର ବିକାଶରେ ଉତ୍ତର-ପୂର୍ବ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ୫୦୦ ବର୍ଷର ଦୀର୍ଘ ଅପେକ୍ଷା ପରେ ଭଗବାନ ରାମ ଅଯୋଧ୍ୟାକୁ ଫେରିଛନ୍ତି । ସ୍ୱାଧୀନତା ପରେ ତ୍ରିପୁରାରରେ କଂଗ୍ରେସ ଶାସନ ସମୟରେ କୌଣସି ନ୍ୟାୟ ମିଳିନଥିଲା । ଉତ୍ତର-ପୂର୍ବକୁ କମ୍ୟୁନିଷ୍ଟମାନେ ଶାସନ କରୁଥିଲେ । ସେମାନେ ଏଠାକାର ଲୋକଙ୍କୁ ବର୍ବାଦ କରିଦେଇଥିଲେ’ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ନୀତିକୁ ପ୍ରଶଂସା କରି ସେ କହିଥିଲେ କେନ୍ଦ୍ର ସରକାର ଉତ୍ତର-ପୂର୍ବ ଏବଂ ଏଠାକାର ଲୋକଙ୍କ ବିଷୟରେ ଚିନ୍ତା କରୁଛି । କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ, \”ଆଜିର ମୋଦୀ ସରକାରରେ ଆପଣଙ୍କର ମୋବାଇଲ ବିଲ୍ ୪୦୦ରୁ ୫୦୦ ଟଙ୍କା ଆସୁଛି । କିନ୍ତୁ ଯଦି କଂଗ୍ରେସ ସରକାର ଥାନ୍ତା, ତେବେ ମୋବାଇଲ ବିଲ୍ ୪୦୦୦ରୁ ୫୦୦୦ରୁ କମ୍ ହୋଇଥାନ୍ତା । ପୂର୍ବରୁ ଭୋଟ ପାଇଁ ହିଁ ରାଜନୈତିକ ଦଳମାନେ ଉତ୍ତରପୂର୍ବକୁ ମନେ ପକାଉଥିଲେ । କଂଗ୍ରେସ ଶାସନ ସମୟରେ ଉତ୍ତର-ପୂର୍ବ ପାଇଁ କେବଳ ଗୋଟିଏ ନୀତି ଥିଲା ‘ପୂର୍ବକୁ ଲୁଟିବା\’ ।
ମୋଦୀ ଆହୁରି ମଧ୍ୟ କହିଥିଲେ, ଆସାମବାସୀଙ୍କ ସ୍ୱପ୍ନକୁ ସାକାର କରେ ନାହିଁ କଂଗ୍ରେସ । ନାଲବାରୀ ଜିଲ୍ଲାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, \”ବିଜେପି ସରକାରଙ୍କ ଉଦ୍ୟମ ଯୋଗୁଁ ଆସାମର ମହାନ ଯୋଦ୍ଧାଙ୍କର ୪୦୦ ତମ ପୂଣ୍ୟ ତିଥି ପାଳନ କରାଯାଇଛି । ମୁଁ ଯେତେବେଳେ ଆସମର ପାରମ୍ପାରିକ ପୋଷାକ ପିନ୍ଧେ ସେତେବେଳେ କଂଗ୍ରେସ ମୋତେ ପରିହାସ କରେ ।  ତେବେ ମୋଦୀଙ୍କ ସହ ରାଲିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking