29.1 C
Bhubaneswar
Friday, May 17, 2024
Homeଓଡିଶାଦଳୀୟ ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବା ପରେ ଫେରିଲେ ନଡ୍ଡା

ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବା ପରେ ଫେରିଲେ ନଡ୍ଡା

ଭୁବନେଶ୍ଵର : ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବାକୁ ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପରେ ଆଜି ଫେରି ଯାଇଛନ୍ତି । ସେ ପ୍ରଥମେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିଛନ୍ତି। ଏହାପରେ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ଅଭିମୁଖେ ଚାଲି ଯାଇଛନ୍ତି। ରବିବାର ନେତା ଓ କର୍ମୀଙ୍କୁ ନିଜ ସମ୍ବୋଧନରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢିବା ପାଇଁ ଜୋସ୍ ଭରିଛନ୍ତି। ବ୍ରହ୍ମପୁର ଆମ୍ବପୁଆରେ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ଓଡିଶା ରେ ଚାଳିଥିବା ବାବୁରାଜ୍ ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇ ପ୍ରବଳ ବର୍ଷିଥିଲେ। ଚିଟଫଣ୍ଡ ଦୁର୍ନୀତିରେ ବୁଡିଥିବା ସରକାରକୁ ଏଠି ରହିବା ଦରକାର ନାହିଁ। ଏହାକୁ ବଦଳାଇବା ଦରକାର ବୋଲି ଦୃଢତାର ସହ କହିଥିଲେ । ତା ସହ ଗୋପାଳପୁରରେ ଏକ ଜରୁରୀ ବୈଠକ ମଧ୍ୟ ବସିଥିଲା। ଯେଉଁଥିରେ ଦକ୍ଷିଣ ଓଡିଶାର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ନଡ୍ଡାଙ୍କ ଏହି ଅଭିଭାଷଣ ଦକ୍ଷିଣ ଓଡ଼ିଶାର ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିଛି। ଗତକାଲି ରାତିରେ ବ୍ରହ୍ମପୁରରେ ରାତ୍ରି ଯାପନ କରିଥିଲେ ନଡ୍ଡା। ନଡ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking