26.1 C
Bhubaneswar
Wednesday, May 8, 2024
Homeଓଡିଶାତୀର୍ଥସ୍ଥଳୀର ଅସ୍ଥିତ୍ୱ ଲୋପ କରାଯାଉଛି –ଶଙ୍କରାଚାର୍ଯ୍ୟ

ତୀର୍ଥସ୍ଥଳୀର ଅସ୍ଥିତ୍ୱ ଲୋପ କରାଯାଉଛି –ଶଙ୍କରାଚାର୍ଯ୍ୟ

ପୁରୀ : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ପୁଣି ବର୍ଷିଲେ ଶଙ୍କରାଚାର୍ଯ୍ୟ ।ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଙ୍କ ପ୍ରତିକ୍ରିୟା । ତୀର୍ଥ ଭୁମି କୁ ଭୋଗ ଭୁମି ଓ ସୁରା ସୁନ୍ଦରୀଙ୍କ କେନ୍ଦ୍ର କରାଯାଉଛି । ତୀର୍ଥ ସ୍ଥଳୀର ଅସ୍ଥିତ୍ୱ କୁ ଲୋପ କରାଯାଉଛି । ଏହା ସମ୍ବିଧାନ ର ଧାରା କୁ ମଧ୍ୟ ବିରୁଦ୍ଧାଚରଣ କରୁଛି । ମୋ ଦାୟିତ୍ୱ ବର୍ତ୍ତମାନ, ଭବିଷ୍ୟତ, ଅତୀତକୁ ଦେଖି ଯାହା କହିବା କଥା କହିବି । ମୁଁ ଯାହା କହେ ନିର୍ଭୟରେ କହେ, ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ସେମାନେ ମୋତେ ଡରନ୍ତି , ସେଥିପାଇଁ ମୁଁ ନ ଥିଲା ବେଳେ କାମ କରନ୍ତି । ଓଡିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ପ୍ରଶ୍ନ କଲେ ଶଙ୍କରା ଚାର୍ଯ୍ୟ । ବିଜେପି ମିଶିକରି ଚାଲୁଛି , କଂଗ୍ରେସ ଆଉ କଣ ଅଛି ? ଏଠାରେ ସରକାରଙ୍କ ଧାରଣା ଅଛି ତାଙ୍କ ପାଖରେ ଲୋକମତ ଅଛି । ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ତାଙ୍କୁ ଯେବେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ ସେବେ ସେ ମାନିବେ । ତା ପୂର୍ବରୁ ଏମାନେ ମାନିବେ ନାହିଁ ବୋଲି କହିଲେ ଶଙ୍କରାଚାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking