30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୧୬ ଓ ୧୯ ମେ’ରେ ଚାଲିବାକୁ ଥିବା ୧୦୫୦ ଟ୍ରେନ୍ ବାତିଲ

୧୬ ଓ ୧୯ ମେ’ରେ ଚାଲିବାକୁ ଥିବା ୧୦୫୦ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ଏପରି କ୍ଷେତ୍ରରେ ଯଦି ଆପଣ ବି ଆଜି ଟ୍ରେନ ଯାତ୍ରା କରିବେ, ତେବେ ଯାତ୍ରା କରିବା ପୂର୍ବରୁ କ୍ୟାନସେଲ୍, ଡାଇଭର୍ଟ ଓ ରିଶେଡ୍ୟୁଲ ଟ୍ରେନର ଲିଷ୍ଟ ଚେକ୍ କରନ୍ତୁ । ନଚେତ୍ ରେଳ ଷ୍ଟେସନରେ ପହଞ୍ଚି ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଅନେକ କାରଣରୁ ଟ୍ରେନ ଚଳାଚଳ ବାତିଲ, ଡାଇଭର୍ଟ ଏବଂ ରିଶେଡ୍ୟୁଲ କରିଥାଏ ରେଲୱେ । ପ୍ରଥମଟି ହେଉଛି ରେଳ ଟ୍ରାକ୍ ମରାମତି କରିବା, ଅର୍ଥାତ୍ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ପାଇଁ ମଝିରେ ମଝିରେ ମରାମତି, ଯେଉଁ କାରଣରୁ ଟ୍ରେନର ସମୟକୁ ଅନେକ ଥର ପରିବର୍ତ୍ତନ କରିବାକୁ ପଡିଥାଏ ବାତିଲ୍ କରିବାକୁ ପଡିଥାଏ । ଅନ୍ୟ କାରଣଟି ହେଉଛି ଖରାପ ପାଗ । ବେଳେବେଳେ ବର୍ଷା, ଝଡ ଇତ୍ୟାଦି ଖରାପ ପାଗ ହେତୁ ରେଳବାଇକୁ ବାତିଲ୍, ଡାଇଭର୍ଟ୍ ଏବଂ ରିଶେଡ୍ୟୁଲ କରିବାକୁ ପଡିଥାଏ । ବିଭିନ୍ନ କାରଣରୁ ଆଜି ରେଳବାଇ ଟ୍ରେନ୍ ବାତିଲ କରିଛି ।

ସେହିପରି ଯଦି ଆପଣ ୨୮ ଓ ୨୯ ମେ’ରେ ଟ୍ରେନଯାତ୍ରା କରିବାକୁ ଯାଉଛନ୍ତି, ତେବେ ବାହାରିବା ପୂର୍ବରୁ ଲିଷ୍ଟ ଚେକ୍ କରନ୍ତୁ । କାରଣ ରେଲୱେ ଏହି ୨ ଦିନ ଚାଲିବାକୁ ଥିବା ୧୦୫୦ଟି ଟ୍ରେନ୍ ବାତିଲ କରିଛି । ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ଏତେ ସଂଖ୍ୟକ ଟ୍ରେନକୁ ବାତିଲ କରାଯାଇଥିବା ଜଣାପଡିଛି ।

ଆଇଆରସିଟିସି ୱେବସାଇଟ ଅନୁସାରେ, ୨୮ ମେ’ରୁ ୨୯ ମେ’ ୨୦୨୨ରେ ୧୦୫୦ ଟ୍ରେନ୍ ବାତିଲ କରାଯାଇଛି । ଏହା ବ୍ୟତୀତ ୨୮ ମେ’ରେ ପ୍ରାୟ ୨୦ଟି ଟ୍ରେନ୍ ରିଶେଡ୍ୟୁଲ ଓ ୪୭ଟି ଟ୍ରେନକୁ ଡାଇଭର୍ଟ କରାଯାଇଛି । ଯଦି ଆପଣ ଆଜି ରେଳ ସେବାର ଲାଭ ଉଠାଇବାକୁ ଯାଉଛନ୍ତି ଏବଂ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ବାତିଲ, ଡାଇଭର୍ଟ ଏବଂ ରିଶେଡ୍ୟୁଲ ଟ୍ରେନର ତାଲିକା ଯାଞ୍ଚ କରନ୍ତୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking