26.1 C
Bhubaneswar
Wednesday, May 8, 2024
Homeଓଡିଶାଜିଦ୍‌ରେ ଅଟଳ ଆଡ଼ାସିପଡ଼ା ପଞ୍ଚାୟତବାସୀ : ମୋବାଇଲ୍ ନେଟୱର୍କ ନଥିବାରୁ ନାମାଙ୍କନ ଶୂନ

ଜିଦ୍‌ରେ ଅଟଳ ଆଡ଼ାସିପଡ଼ା ପଞ୍ଚାୟତବାସୀ : ମୋବାଇଲ୍ ନେଟୱର୍କ ନଥିବାରୁ ନାମାଙ୍କନ ଶୂନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ପଞ୍ଚାୟତର ଆଡ଼ାସିପଡ଼ାରେ ନେଟୱର୍କ ସହିତ ଅନ୍ୟ କେତେକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ତାହା ପୂରଣ ହୋଇନଥିବା ବେଳେ ବର୍ତ୍ତମାନ ନେଟୱାର୍କ ନାହିଁ ତ ଭୋଟ ନାହିଁ ଜିଦ୍‌ରେ ଅଟଳ ରହି ଶେଷରେ ସଫଳ ହୋଇଛନ୍ତି । ନେଟୱାର୍କ ସମସ୍ୟାର ସମାଧାନ ହୋଇ ପାରିନାହିଁ, କିନ୍ତୁ ନେଟୱାର୍କ ନାହିଁ ତ ଭୋଟ ନାହିଁ ନିଷ୍ପତ୍ତିରେ ଯେଉଁ ଆନ୍ଦୋଳନ ଚଳାଇଥିଲେ ସେଥିରେ ସଫଳ ହୋଇଛନ୍ତି । ଗଠିତ ଆଡ଼ାସିପଡ଼ା ସଚେତନ ନାଗରିକ କମିଟିର ନିଷ୍ପତ୍ତି ପ୍ରକାରେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ନିଜେ କମିଟିର କୌଣସି କର୍ମକର୍ତ୍ତା କୌଣସି ପଦବୀ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି, କିନ୍ତୁୂ  କୌଣସି ଆଶାୟୀମାନଙ୍କୁ ମଧ୍ୟ ନାମାଙ୍କନପତ୍ର ଦାଖଲ କରିବାର ସୁଯୋଗ ଦେଇନାହାନ୍ତି ।

କମିଟିର ଦାବି ପ୍ରକାରେ, ଉକ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ଗସ୍ତକରି ଆନ୍ଦୋଳନରେ ସାମିଲ୍ ଥିବା ଅଞ୍ଚଳାବାସୀଙ୍କ ସହିତ ଆଲେଚାନା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି । ବୁଝାଇବାକୁ ଯାଇଥିବା ଅଧିକାରୀମାନେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମଧ୍ୟ ଦାବି ପ୍ରକାରେ କେହି ମଧ୍ୟ ଲିଖିତ ଭାବେ ପ୍ରତିଶ୍ରୁତି ଦେଇ ପାରିନଥିଲେ । ଫଳରେ ନିଜ ଜିଦ୍‌ରେ ଅଟଳ ଥିବା ପଞ୍ଚାୟତବାସୀ କେହି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ଆଗାମୀ ଦିନରେ ଏହି ଅଞ୍ଚଳବାସୀଙ୍କୁ ବୁଝାସୁଝା କରିବା  ପାଇଁ ପୁଣି ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ପ୍ରକାଶଯେ, କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଆଡ଼ାସିପଡ଼ା ପଞ୍ଚାୟତରେ ନେଟୱାର୍କ ସହିତ ଅନ୍ୟ କେତେକ ସମସ୍ୟାର ସମାଧାନ ପାଇଁ ଗଠିତ ହୋଇଥିବା ଆଡ଼ାସିପଡ଼ା ସଚେତନ ନାଗରିକ ମଞ୍ଚ ବର୍ତ୍ତମାନ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେବା ସହିତ ଏନେଇ ଲିଖିତ ଭାବେ ମଧ୍ୟ ପୂର୍ବରୁ ପ୍ରଶାସନକୁ ଅବଗତ କରିଥିଲେ । ନିଷ୍ପତ୍ତି ପ୍ରକାରେ, ଚଳିତ ନିର୍ବାଚନରେ ପଞ୍ଚାୟତରୁ ସରପଞ୍ଚ କିମ୍ବା ସମିତିସଭ୍ୟା ପାଇଁ କେହି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।

ପ୍ରକାଶଯେ, ୧୩ଟି ୱାର୍ଡ଼କୁ ନେଇ ଗଠିତ ଆଡ଼ାସିପଡ଼ା ପଞ୍ଚାୟତରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବସବାସ କରିଥାନ୍ତି । ତେବେ ଏନେଇ ଖଜୁରିପଡ଼ା ବ୍ଲକ୍ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ନାଥ କହଁରଙ୍କୁ ପଚାରିବାରେ, ନିର୍ଦ୍ଧାରିତ ତାରିଖ ସୁଦ୍ଧା କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଯେଉଁ ନିଷ୍ପତ୍ତି ନେବେ ତାହାକୁ ନେଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking