38.1 C
Bhubaneswar
Friday, April 26, 2024
Homeଖେଳଆଇପିଏଲ୍ ୨୦୨୨ ମେଗା ଅକ୍ସନ୍ : ଶୀର୍ଷ ଡ୍ର’ରେ ସ୍ଥାନ ପାଇପାରନ୍ତି ଶ୍ରେୟସ, ଚହଲ ଓ...

ଆଇପିଏଲ୍ ୨୦୨୨ ମେଗା ଅକ୍ସନ୍ : ଶୀର୍ଷ ଡ୍ର’ରେ ସ୍ଥାନ ପାଇପାରନ୍ତି ଶ୍ରେୟସ, ଚହଲ ଓ ୱାର୍ଣ୍ଣର୍‌

ନୂଆଦିଲ୍ଲୀ :  ଆସନ୍ତା ମାସରେ ହେବାକୁ ଥିବା ଆଇପିଏଲ୍ ମେଗା ଅକ୍ସନ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍‌, ସ୍ପିନର୍ ୟୁଜବେନ୍ଦ୍ର ଚହଲ ଓ ଅଷ୍ଟ୍ରେଲୀୟ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଶୀର୍ଷ ଡ୍ର’ରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ଏହି ଅକ୍ସନ୍ ପାଇଁ ୧୨୦୦ରୁ ଊର୍ଦ୍ଧ୍ୱ ଖେଳାଳି ପଞ୍ଜୀକରଣ କରିଛନ୍ତି । ଶ୍ରେୟସ୍ ଓ ଆୟର୍‌ଙ୍କ ବ୍ୟତୀତ ଭେଟେରାନ୍ ଓପ୍ନର୍ ଶିଖର ଧୱନ୍‌, ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ୍‌, ଫାଷ୍ଟ ବୋଲର୍ ଶାର୍ଦ୍ଦୁଲ୍ ଠାକୁର ଓ ଦୀପକ ଚହର୍ ଏବଂ ଗତ ସିଜନ୍‌ର ସର୍ବାଧିକ ୱିକେଟ୍ ହାସଲକାରୀ ହର୍ଷଲ୍ ପଟେଲ୍ ଓ ଅଭେସ୍ ଖାନ୍ ତଥା ସ୍ପିନର୍ ରାହୁଲ ଚହର୍ ଓ ଅଲ୍‌ରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ପରି ଭାରତୀୟ ଖେଳାଳିଙ୍କୁ ନେଇ ୧୦ ଟିମ୍ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିପାରେ । ଏହି ଭାରତୀୟ ଖେଳାଳିଙ୍କ ପାଇଁ ଟିମ୍‌ଗୁଡ଼ିକ ୭ରୁ ୧୫ କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି । ଅନ୍ୟପକ୍ଷରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ୱାର୍ଣ୍ଣର୍‌, ସାଉଥ୍ ଆଫ୍ରିକା ଫାଷ୍ଟ ବୋଲର୍ କାଗିସୋ ରବାଡା, ଇଂଲଣ୍ଡର ମାର୍କ ଉଡ୍‌, ଅଷ୍ଟ୍ରେଲିଆର ମିଚେଲ୍ ମାର୍ଶ ଓ ପ୍ୟାଟ୍ କମିନ୍ସ ତଥା ନ୍ୟୁଜିଲାଣ୍ଡର ଟ୍ରେଣ୍ଟ୍ ବୋଲ୍ଟଙ୍କ ଉପରେ ମୋଟା ଅଙ୍କର ଅର୍ଥ ଲାଗିପାରେ ।

ଫାପ୍ ଡୁପ୍ଲେସିସ୍ ଓ ଡ୍ୱେନ୍ ବାଭ୍ରୋଙ୍କ ପରି ଖେଳାଳିଙ୍କୁ ସେମାନଙ୍କ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର୍ କିଙ୍ଗ୍‌ସ ପୁଣିଥରେ ନିଜ ସହ ସାମିଲ କରିପାରେ । ଆଇପିଏଲ୍ ପକ୍ଷରୁ ଶନିବାର ଜାରୀ ବିଜ୍ଞପ୍ତିରେ କୁହାଯାଇଛି ‘ମୋଟ ୧୨୧୪ ଖେଳାଳି (୮୯୬ ଭାରତୀୟ ଓ ୩୧୮ ବିଦେଶୀ) ଆଇପିଏଲ୍ ୨୦୨୨ ମେଗା ଅକ୍ସନ୍ ପାଇଁ ପଞ୍ଜୀକରଣ କରାଇଛନ୍ତି ।’ ଅକ୍ସନ୍ ଫେବୃଆରୀ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେବ । ଅକ୍ସନ୍ ପୂର୍ବରୁ ବିଭିନ୍ନ ଟିମ୍ ମୋଟ ୩୩ ଖେଳାଳିଙ୍କୁ ରିଟେନ୍ କରିଛନ୍ତି ।

ବର୍ତ୍ତମାନ ୮ ଟିମ୍ ମୋଟ ୨୭ ଖେଳାଳିଙ୍କୁ ରିଟେନ୍ କରିଛି । ଏହା ମଧ୍ୟରେ ସିଏସ୍‌କେରେ ଏମ୍‌ଏସ୍ ଧୋନି, ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମା ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରରେ ବିରାଟ କୋହଲି ସାମିଲ । ସେହିପରି ଦୁଇ ନୂଆ ଟିମ୍ ଛଅଜଣ ଖେଳାଳିଙ୍କୁ ମନୋନୀତ କରିଛନ୍ତି । ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅହମ୍ମଦାବାଦ ଏବଂ କେଏଲ୍ ରାହୁଲଙ୍କୁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି । ଯେଉଁ ଖେଳାଳିମାନଙ୍କୁ ରିଟେନ୍ କରାଯାଇଛି ସେମାନଙ୍କ ମଧ୍ୟରେ ଜସ୍‌ପ୍ରୀତ୍ ବୁମ୍‌ରା, ରବୀନ୍ଦ୍ର ଜାଡେଜା, କେନ୍ ୱିଲିଅମ୍‌ସନ୍‌, ଜୋସ୍ ବଟଲର୍‌, ଗ୍ଲେନ୍ ମ୍ୟାକ୍ସୱେଲ୍ ପ୍ରମୁଖ ଅନ୍ତର୍ଭୁକ୍ତ ।

ଚଳିତ ଥର ଭୁଟାନର ଜଣେ ଏବଂ ଆମେରିକାର ରେକର୍ଡ ୧୪ ଜଣ ଖେଳାଳି ପଞ୍ଜୀକରଣ କରାଇଛନ୍ତି । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ସର୍ବାଧିକ ୫୯ ଏବଂ ସାଉଥ୍ ଆଫ୍ରିକାର ୪୮ ଜଣ ଅକ୍ସନ୍ ପାଇଁ ନିଜ ଦାବିଦାରୀ ପେଶ୍ କରିଛନ୍ତି । ଏହା ବ୍ୟତୀତ ୱେଷ୍ଟଇଣ୍ଡିଜ୍‌ର ୪୧, ଶ୍ରୀଲଙ୍କାର ୩୬, ଇଂଲଣ୍ଡର ୩୦, ନ୍ୟୁଜିଲାଣ୍ଡର ୨୯ ଓ ଆଫଗାନିସ୍ତାନର ୨୦ ସମେତ ଅନ୍ୟ କେତେକ ଦେଶର ଖେଳାଳି ପଞ୍ଜୀକରଣ କରିଛନ୍ତି । ନାମ୍ବିୟା (୫), ନେପାଳ (୧୫), ନେଦରଲାଣ୍ଡ୍‌ସ (୧), ଓମାନ୍ (୩), ସ୍କଟ୍‌ଲାଣ୍ଡ (୧), ଜିମ୍ବାୱେ (୨),  ଆୟର୍ଲାଣ୍ଡ (୩) ଓ ୟୁଏଇ (୧)ର ଖେଳାଳି ମଧ୍ୟ ଅକ୍ସନ୍‌ରେ ସାମିଲ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking