32.1 C
Bhubaneswar
Friday, April 26, 2024
Homeଓଡିଶାଗଦା ଗଦା ଯୋଜନା କାହାପାଇଁ : ଝାଟିମାଟି କୁଡ଼ିଆରେ ପରିବାରର ୬ ସଦସ୍ୟ

ଗଦା ଗଦା ଯୋଜନା କାହାପାଇଁ : ଝାଟିମାଟି କୁଡ଼ିଆରେ ପରିବାରର ୬ ସଦସ୍ୟ

ଫୁଲବାଣୀ : ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ଗଦା ଗଦା ଯୋଜନା । କିନ୍ତୁ  ଆଜି ମଧ୍ୟ କନ୍ଧମାଳ ଜିଲ୍ଲାରେ ଏଭଳି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ପହଞ୍ଚିନାହିଁ ଗୋଟିଏ ବି ଯୋଜନା । ଯୋଜନାର ଏଭଳି ବାସ୍ତବଚିତ୍ର ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡ଼ି ପଞ୍ଚାୟତ ଟେଟେକାପଦର ଗ୍ରାମର ପ୍ରକାଶ ମଲିକଙ୍କ ପରିବାରରେ । ପରିବାର କହିଲେ ସ୍ତ୍ରୀ, ଛୋଟପୁଅ ଏବଂ ଝିଅକୁ ମିଶାଇ ୬ଜଣ । ପରିବାରର ସାହା ଭରସା ଏକମାତ୍ର ଭଙ୍ଗାକୁଡ଼ିଆ । ବର୍ଷ ବର୍ଷ ଧରି ଉକ୍ତ ପରିବାର ସେହି ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି । ଘର ଖଣ୍ଡିଏ ପାଇଁ  ଅନେକ ସମୟରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିିକଟରେ ନେହୁରା ହୋଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପରିବାରର ଦୁଃଖ କାହାରି କାନରେ ମଧ୍ୟ ବାଜିନାହିଁ ବୋଲି କହିଛନ୍ତି ଏହି ପରିବାର ।

ଦିନ ମଜୁରି କରି ପରିବାର ପୋଷଣ କରୁଥିବା ପ୍ରକାଶ ମଲିକଙ୍କ ଘର ୨୦୧୮ ମସିହାରେ ନିଆଁ ଲାଗି ସଂପୂର୍ଣ୍ଣଭାବେ ପୋଡ଼ି ନଷ୍ଟ ହୋଇଯାଇଥିଲା । ସେହି ସମୟରେ ରାଜସ୍ୱ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ୮ ହଜାର ଟଙ୍କାର ସହାୟତା ସହିତ ଏକ ଜରିପାଲ ଦିଆଯାଇଥିଲା । ଯେଉଁ ୮ ହଜାର ଟଙ୍କାର ସହାୟତା ମିଳିଥିଲା ସେଥିରେ ଯେନତେନ ପ୍ରକାରେ ଘରର ମରାମତି କରିଥିଲେ ମଧ୍ୟ ୪ ବର୍ଷ ପରେ  ଅର୍ଥାତ୍ ବର୍ତ୍ତମାନ ଘରର ଅବସ୍ଥା  ଅତି ଦୟନୀୟ । ଯାହା ନଦେଖିବା ଲୋକ ବିଶ୍ୱାସ କରିବ ନାହିଁ । ୨୦୧୮ ମସିହାରେ ଯେଉଁ ପଲିଥିନ୍ ଖଣ୍ଡିଏ ମିଳିଥିଲା ସେଥିରେ ଖରା , ବର୍ଷା ଓ ଶୀତ  ଦାଉରୁ ରକ୍ଷା ପାଇବା  ସମ୍ଭବ ହେଉନାହିଁ ।

ସରକାରୀ ସହାୟତା କହିଲେ ସ୍ୱାମୀ-ସ୍ତ୍ରୀଙ୍କ ନାମରେ ମିଳୁଛି ସରକାରୀ ଚାଉଳ । ଘରଖଣ୍ଡିଏ ପାଇଁ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କରିନାହାନ୍ତି । ନିର୍ବାଚନ ଆଗକୁ ଥିବା ବେଳେ ପୁଣି ନେତା ଓ ପ୍ରାର୍ଥୀମାନେ ପାଖରେ ପହଞ୍ଚିବେ ଓ ଭୋଟ ପାଇଁ ଅନୁରୋଧ କରିବେ । କିନ୍ତୁ ଭୋଟ ସରିଗଲେ ଆଉ କିଏ ମଧ୍ୟ ପଚାରନ୍ତି ନାହିଁ । ଗତ ସଧାରଣ ନିର୍ବାଚନ ସମୟରେ ମଧ୍ୟ ଏହି ପରିବାରକୁ ଘର ଖଣ୍ଡିଏ ମିଳିବ ବୋଲି ନିର୍ଭର ପ୍ରତିଶୃତି ଦିଆଯାଇଥିଲା ଓ ପ୍ରତିଶ୍ରୁତରେ ବିଶ୍ୱାସ କରି ସେମାନେ ଭୋଟ ମଧ୍ୟ ଦେଇଥିଲେ । କିନ୍ତୁ ନିର୍ବାଚନ ପରେ ଆହୁ କାହାରି ମଧ୍ୟ ଦେଖାନାହିଁ ବୋଲି କହିଛନ୍ତି ପ୍ରକାଶଙ୍କ ପରିବାର ଲୋକେ ।

ଏ ନେଇ ପ୍ରଶାସନ ନିକଟରେ ନିବେଦନ କରାଯାଇଥିଲା ମାତ୍ର  ପ୍ରତିଶ୍ରୁତି ଦିଆଯିବାର ଇଥି ମଧ୍ୟରେ ୩ ବର୍ଷ ବିତିଗଲାଣି କିନ୍ତୁ ତାହା ମଧ୍ୟ ପ୍ରଶାସନ ପକ୍ଷରୁ ପୂରଣ କରାଯାଇ ନାହିଁ । ତେବେ କନ୍ଧମାଳ ଜିଲ୍ଲାର ବିିଭିନ୍ନ ବ୍ଲକ୍ ପରି ଫିରିଙ୍ଗିଆ ୍ଳବ୍ଲକ୍‌ରେ ଗଦା ଗଦା ଅଯୋଗ୍ୟ ହିତାଧିକାରୀ ଘର ପାଇଥିଲେ ମଧ୍ୟ ପ୍ରକାଶ ମଲିକଙ୍କ ପରି ଅନେକ ଯୋଗ୍ୟ ହିତାଧିକାରୀ ଆଜି ପର୍ଯ୍ୟନ୍ତ ସେଥିରୁ ବଞ୍ôଚତ ରହିଛନ୍ତି ବୋଲି ସାଧାରଣରେ  ଚର୍ଚ୍ଚା ହେଉଛି । ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେଲେ ଅସହାୟ  ପରିବାରଙ୍କ ଭବିଷ୍ୟତ ଭଲ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବି ଓ ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking