32.1 C
Bhubaneswar
Thursday, March 28, 2024
Homeଖେଳସୟଦ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ : ସିନ୍ଧୁ-ବୋନ୍‌ସାଡ୍ ଫାଇନାଲ୍‌

ସୟଦ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ : ସିନ୍ଧୁ-ବୋନ୍‌ସାଡ୍ ଫାଇନାଲ୍‌

ନୂଆଦିଲ୍ଲୀ : ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ସୟଦ୍ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶନିବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍‌ରେ ପ୍ରତିପକ୍ଷ ପଞ୍ଚମ ସିଡ୍ ରୁଷିୟା ଏଭ୍‌ଗେନିୟା କୋତେତ୍‌ସ୍କାୟା ରିଟାୟର୍ଡ ହର୍ଟ ହେବାରୁ ସିନ୍ଧୁ ସହଜରେ ପାଇନାଲ୍‌ରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ଟପ୍ ସିଡ୍ ସିନ୍ଧୁ ପ୍ରଥମ ଗେମ୍‌ରେ ୨୧-୧୧ରେ ହାତେଇ ନେଇଥିଲେ । ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ରବିବାରର ଫାଇନାଲ୍‌ରେ ନିଜ ଦେଶର ମାଳବିକା ବନ୍‌ସୋଡ୍‌ଙ୍କୁ ଭେଟିବେ । ଅନ୍ୟ ଏକ ତିନି ଗେମ୍ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍‌ରେ ମାଳବିକା ଅନ୍ୟତମ ଭାରତୀୟ ଖେଳାଳି ଅନୁପମା ଉପାଧ୍ୟାୟଙ୍କୁ ୧୯-୨୧, ୨୧-୧୯, ୨୧-୭ରେ ହରାଇ ଦେଇଛନ୍ତି ।

ବନ୍‌ସୋଡ୍ ଇଣ୍ଡିଆ ଓପନ୍‌ରେ ପୂର୍ବତନ ବିଶ୍ୱ ନମ୍ବର ଏକ ସାଇନା ନେହ୍ୱାଲ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଶନିବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍‌ରେ ଫର୍ମ, ବିଶ୍ୱ ର‌୍ୟାଙ୍କିଙ୍ଗ୍ ଓ ହେଡ୍ ଟୁ ହେଡ୍ ରେକର୍ଡ ଅନୁସାରେ ସିନ୍ଧୁଙ୍କ ପଲା ରୁଷୀୟ ପ୍ରତିପକ୍ଷଙ୍କ ତୁଳନାରେ ଭାରୀ ରହିଥିଲା । ବିଡବ୍ଲୁଏଫ୍ ର‌୍ୟାଙ୍କିଙ୍ଗ୍‌ର ୭ମ ସ୍ଥାନରେ ଥିବା ସିନ୍ଧୁ ଏହା ପୂର୍ବରୁ ବିଶ୍ୱର ୨୮ ନଂ. ଖେଳାଳି କୋଜେତ୍‌ସ୍କାୟାଙ୍କ ବିପକ୍ଷରେ ଦୁଇଥର ବିଜୟୀ ହୋଇଥିଲେ । ଶନିବାର ପୁଣିଥରେ ବିଜୟୀ ହୋଇ ଏହି ରେକର୍ଡରେ ବୃଦ୍ଧି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking