28.1 C
Bhubaneswar
Saturday, April 27, 2024
Homeଅପରାଧଘରେ ପଶି ମାଆ ଓ ପୁଅଙ୍କୁ ଏସିଡ ଆକ୍ରମଣ କଲେ ଦୁର୍ବୃତ୍ତ

ଘରେ ପଶି ମାଆ ଓ ପୁଅଙ୍କୁ ଏସିଡ ଆକ୍ରମଣ କଲେ ଦୁର୍ବୃତ୍ତ

ଲକ୍ଷ୍ନୌ: ରାଜଧାନୀ ଲକ୍ଷ୍ନୌରେ ଦୁର୍ବୃତ୍ତମାନେ ପୁଣିଥରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଗୋମତିନଗର ପୋଲିସ ଷ୍ଟେସନ ଅଞ୍ଚଳସ୍ଥିତ ଏକ ଘରେ ପଶି ଶନିବାର ରାତିରେ ମାଆ ଓ ପୁଅଙ୍କୁ ଏସିଡ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏହି ଆକ୍ରମଣରେ ଅନୀତା ବର୍ମା ନାମକ ମହିଳା ଏବଂ ତାଙ୍କ ସାନପୁଅ ବିକାଶ ବର୍ମା ଗୁରୁତର ହୋଇପଡ଼ିଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପୀଡ଼ିତା ଅନୀତା ବର୍ମାଙ୍କ ବଡ଼ପୁଅ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ଦୁର୍ବୃତ୍ତଙ୍କ ନାଁରେ ମାମଲା ରୁଜୁ କରିଛି । ତେବେ କେଉଁ କାରଣ ଯୋଗୁଁ ଏଭଳି କାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ଏ ସମ୍ପର୍କରେ ମହିଳାଙ୍କ ବଡ଼ ପୁଅ ଆକାଶ କହିଛନ୍ତି ସେ ଶନିବାର ରାତିରେ ଘରେ ନଥିଲେ । ସେହି ସମୟରେ ତାଙ୍କ ଘରକୁ ୨ଜଣ ଦୁର୍ବୃତ୍ତ ଯାଇ କବାଟ ବାଡ଼େଇଥିଲେ । ଏହାପରେ ମୋ ମାଆ ଅନୀତା କବାଟ ଖୋଲିଥିଲେ । ସେଠାରେ ସେମାନେ ମୋ ମାଆଙ୍କୁ ମୋ ବିଷୟରେ ଓ ମୋ ସାନ ଭାଇ ବିଷୟରେ ପଚାରିଥିଲେ । ଏହାଶୁଣି ଘରେ ଥିବା ମୋ ସାନ ଭାଇ କବାଟ ପାଖକୁ ଆସିଥିଲା । ଏହାପରେ ତୁରନ୍ତ ୨ଜଣ ଦୁର୍ବୃତ୍ତ ମୋ ମାଆ ଓ ଭାଇ ଉପରକୁ ଏସିଡ ଆକ୍ରମଣ କରିଥିଲେ ।

ଏଥିରେ ମାଆ, ଭାଇ ଗୁରୁତର ହୋଇ ତଳେପଡ଼ି ଛଟପଟ ହେଉଥିଲେ । ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାରେ ମାଆ ଓ ଭାଇକୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ମୋତେ ଜଣାଇଥିଲେ । ପରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଏବେ ବି ସେମାନେ ସୁସ୍ଥ ନାହାଁନ୍ତି । ଏ ସମ୍ପର୍କରେ ଗୋମତିନଗର ଆଇଆଇସି କହିଛନ୍ତି ଏନେଇ ମାମଲା ରୁଜୁ କରିଛୁ । ତଦନ୍ତ ମଧ୍ୟ ଜୋରସୋର ଚାଲିଛି । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ । ଅନ୍ୟପକ୍ଷରେ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦୁଇଜଣ ଯୁବକ ହାତରେ ବୋତଲ ଧରି ଯାଉଥିବା ଦେଖାଯାଇଛି । ତେବେ ତଦନ୍ତ ପରେ ସତ୍ୟତା ପଦାକୁ ଆସିବ । ସମସ୍ତ ଉଦ୍ୟମ ସତ୍ତ୍ୱେ ଏସିଡ୍ ଆକ୍ରମଣ ଭଳି ଘଟଣା ନିୟନ୍ତ୍ରଣ ହୋଇ ପାରୁନାହିଁ । ବଜାରରେ ଏସିଡ୍ ମଧ୍ୟ ଖୁଲମଖୁଲା ଭାବେ ବିକ୍ରି ହେଉଛି । ଫଳରେ ଏଭଳି ଘଟଣା ବଢ଼ିଚାଲିଛି । ମାଜିଷ୍ଟ୍ରେଟ୍ ଲେବଲ୍ ଦ୍ୱାରା ତଦାରଖ କରାଯାଉଥିବା ଏସିଡ୍ ବିକ୍ରୟ ସମ୍ପର୍କରେ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ପ୍ରୟାସ ସତ୍ତ୍ୱେ ରାଜଧାନୀ ଲକ୍ଷ୍ନୌରେ ଏସିଡ୍ ବିକ୍ରି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking