39.1 C
Bhubaneswar
Tuesday, April 23, 2024
Homeଅପରାଧଧାର ଟଙ୍କା ନଦେବାରୁ ନାବାଳିକାକୁ ଦୁଷ୍କର୍ମ

ଧାର ଟଙ୍କା ନଦେବାରୁ ନାବାଳିକାକୁ ଦୁଷ୍କର୍ମ

ରାୟପୁର: ଧାର ଟଙ୍କା ନଫେରାଇବାରୁ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ତେବେ ଧମତରୀର କୁରୁଦରେ ଜଣେ ୬୦ ବର୍ଷୀୟ ଅଭିଯୁକ୍ତ ପାଖ ପଡୋଶୀରେ ରହୁଥିବା ଜଣେ ମହିଳାଙ୍କୁ ୫୦୦୦ ଟଙ୍କା ଧାର ଦେଇଥିଲେ । ହେଲେ ମହିଳା ଜଣକ ତାଙ୍କ ଟଙ୍କା ଫେରସ୍ତ କରି ପାରିନଥିଲେ । ପ୍ରତିବଦଳରେ ଅଭିଯୁକ୍ତ ତାଙ୍କ ନାବାଳିକା ଝିଅକୁ ଧମକ ଦେଇ ଲଗାତାର ତିନି ମାସ ଧରି ଦୁଷ୍କର୍ମ କରିଥିଲା । ତେବେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ପୀଡିତାଙ୍କ ମାଆ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ କୁରୁଦ ପୋଲିସ ଥାନା ଅଧିକାରୀ କହିଛନ୍ତି, ପୀଡିତାଙ୍କ ମାଆ କୁରୁଦ ପୋଲିସ ଷ୍ଟେସନକୁ ଆସି ଏକ ମାମଲା ରୁଜୁ କରିଛନ୍ତି ଯେ, ଅକ୍ଟୋବର ୨୦୨୨ ମସିହାରେ ସେ ଅଭିଯୁକ୍ତଙ୍କଠାରୁ ୫୦୦୦ ଟଙ୍କା ଧାର ନେଇଥିଲେ ।

ସେହି ଦିନଠାରୁ ଅଭିଯୁକ୍ତଙ୍କର ମନ୍ଦ ଆଖି ତାଙ୍କର ନାବାଳିକା ଝିଅ ଉପରେ ଥିଲା । ଅଭିଯୁକ୍ତ ଜଣକ ତାଙ୍କର ନାବାଳିକା ଝିଅକୁ ଘରକୁ ଡାକି ଲଗାତାର ୩ମାସ ଧରି ଦୁଷ୍କର୍ମ କରିଥିଲେ । ଏହି କାରଣରୁ ପୀଡିତା ୩ ମାସର ଗର୍ଭବତୀ ଅଛନ୍ତି । ଘଟଣାକୁ ନେଇ ଅଭିଯୋଗ ପାଇବା ପରେ ତୁରନ୍ତ ଧମତରୀ ପୋଲିସ ଅଧୀକ୍ଷକ ପ୍ରଶାନ୍ତ ଠାକୁରଙ୍କୁ ସୂଚନା ଦିଆଯାଇଥିଲା । ନାବାଳିକାର ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଇ ସେଠାରୁ ତାଙ୍କୁ ରିମାଣ୍ଡରେ ନେଇଛି । ଧମତରୀରେ ମହିଳାଙ୍କ ପ୍ରତି ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ସହିତ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ମାମଲା ମଧ୍ୟ ବୃଦ୍ଧି ପାଇଛି । କିନ୍ତୁ ଏହି ମାମଲା ପୋଲିସଠାରୁ ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଜଣେ ଜଣେ ବ୍ୟକ୍ତି କିପରି ନିଜର ଧାର ଟଙ୍କା ନପାଇବାରୁ ଏଭଳି ଉନ୍ମତ କାଣ୍ଡ ଘଟାଇଛି, ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ଦୋଷୀ ବିରୁଦ୍ଧରେ କଡ଼ା ଦଣ୍ଡବିଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking