28.1 C
Bhubaneswar
Sunday, May 26, 2024
Homeଅପରାଧଚକଲେଟ ଦେବାର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କଲେ ଦୁର୍ବୁତ୍ତ

ଚକଲେଟ ଦେବାର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କଲେ ଦୁର୍ବୁତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳ ଅଡଙ୍ଗବଜ଼ାର ଫକବାବୁ ହାଟ ନିକଟରେ ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଉତ୍ତମ ମଧ୍ୟମ ଦେଇ ପୁଲିସକୁ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ଗ୍ରାମର ମହେଶ୍ୱର ଧଡ଼ା (୨୧) ଆଜି ସକାଳେ ଘର ପାଖରେ ଥିବା ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଖେଳୁଥିବା ବେଳେ ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଘର ନିକଟରେ ଥିବା ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ।

ପରେ ଶିଶୁକନ୍ୟାଙ୍କ ପରିବାର ଲୋକେ ଏ ବାବଦରେ ଜାଣିବା ପରେ ଯୁବକକୁ କାବୁ କରି ଉତ୍ତମ ମାଧ୍ୟମ ଦେବା ସହିତ ସୋର ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking