40.1 C
Bhubaneswar
Sunday, June 16, 2024
Homeଖେଳଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ଚୟନ ; ବିସିସିଆଇ ସମ୍ଭାବ୍ୟ ତାଲିକା ଶୀର୍ଷରେ ଅଛନ୍ତି...

ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ଚୟନ ; ବିସିସିଆଇ ସମ୍ଭାବ୍ୟ ତାଲିକା ଶୀର୍ଷରେ ଅଛନ୍ତି ଗମ୍ଭୀର ଓ ହରବଜନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଜୁନରେ ସରୁଛି । ତେବେ ଟି-୨୦ ବିଶ୍ୱକପ ପରେ ଟିମକୁ ସମ୍ଭାଳିବେ ଆଉ ଜଣେ ନୂଆ କୋଚ୍ । ଏଥିପାଇଁ ବିସିସିଆଇ କୋଚ୍ ଚୟନ ପକ୍ରିୟା ଆରମ୍ଭ କରିଦେଇଛି । ମେ ୨୭ ହେଉଛି ଆବେଦନର ଶେଷ ଦିନ । ଆଉ ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ଅନେଜ ଜଣାଶୁଣା ତଥା ଲୋକପ୍ରିୟ ଚେହେରା । ୪୨ ବର୍ଷୀୟ ଗମ୍ଭୀର ବର୍ତ୍ତମାନ କେକେଆର ଟିମର ମେଣ୍ଟର ଅଛନ୍ତି । ଗମ୍ଭୀରଙ୍କ ରଣନୀତିରେ ଦଳ ଚଳିତ ଆଇପିଏଲର ଫାଇନାଲରେ ପହଞ୍ଚିଛି । ଏଥିପାଇଁ ଟିମ ଇଣ୍ଡିଆ ମୁଖ୍ୟ କୋଚ ରେସରେ ଏଣିକି ଗମ୍ଭୀର ବିସିସିଆଇର ପ୍ରଥମ ପସନ୍ଦ ବୋଲି କୁହାଯାଉଛି । ଟିମର କୋଚ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ। ପୂର୍ବତନ ସ୍ପିନର ହରଭଜନ ସିଂ କହିଛନ୍ତି ଯଦି ତାଙ୍କୁ କୋଚ୍ ଦାୟିତ୍ୱ ମିଳେ ତେବେ ସେ ଏହାକୁ ଖୁସିର ସହ ଗ୍ରହଣ କରିବେ । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗସ କୋଚ ଷ୍ଟିଫେନ୍ ଫ୍ଲେମିଂଙ୍କୁ ଯୋଗାଯୋଗ କରିଛି ବିସିସିଆଇ । ଫ୍ଲେମିଂଙ୍କ ଅନେକ ପ୍ରଶିକ୍ଷଣ ଅଭିଜ୍ଞତା ରହିଛି । ତାଙ୍କ କୋଚିଂରେ ୫ ଥର ଟାଇଟଲ ଜିତିଛି ଚେନ୍ନାଇ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking