30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶସ୍ୱାତି ମାଲୀୱାଲଙ୍କ ଘଟଣାରେ କେଜ୍ରିୱାଲଙ୍କ ପିତାମାତାଙ୍କୁ ଆଜି ପଚରାଉଚରା କରିବ ଦିଲ୍ଲୀ ପୁଲିସ୍‌

ସ୍ୱାତି ମାଲୀୱାଲଙ୍କ ଘଟଣାରେ କେଜ୍ରିୱାଲଙ୍କ ପିତାମାତାଙ୍କୁ ଆଜି ପଚରାଉଚରା କରିବ ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ଆଜି ପଚରାଉଚରା କରିବ ଦିଲ୍ଲୀ ପୁଲିସ୍‌ । ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ଆଜି ସିଏମ୍‌ ହାଉସ୍‌ରେ ପହଞ୍ଚି ଉଭୟଙ୍କୁ ପଚରାଉଚରା କରିବ ପୁଲିସ୍‌। ଏଥିନିମନ୍ତେ ପୂର୍ବାହ୍ନ ୧୧ଟା୩୦ ମିନିଟ୍‌ର ସମୟ ଦିଆଯାଇଥିବା ଜଣାଯାଇଛି। ଏହି ମାମଲାରେ ଦିଲ୍ଲୀ ପୁଲିସର ଟିମ୍ ଆଜି ମୁଖ୍ୟମନ୍ତ୍ରୀ ଓ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଓ ତାଙ୍କର ବାପା-ମା’ଙ୍କୁ ପଚରାଉଚରା କରିବାର ଥିଲା । ଏଥି ପାଇଁ ଆପ୍ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପହଞ୍ଚିଥିଲେ । ସୂଚନାଯୋଗ୍ୟ, ସ୍ୱାତି ମାଲୀୱାଲ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ଉପରେ ମାଡ଼ମାରିଥିବା ଅଭିଯୋଗ ଆଣିଛନ୍ତି । ପୁଲିସକୁ ଆଶା ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଓ ତାଙ୍କର ବାପା-ମା’ଙ୍କୁ ପଚରାଉଚରା କରିବାର ଥିଲା । କିନ୍ତୁ ରିପୋର୍ଟ ଅନୁସାରେ ପୁଲିସ ସେମାନଙ୍କୁ ପଚରାଉଚରା କରିବ ନାହିଁ । ଅନ୍ୟପଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମାଜିକ ଗଣମାଧ୍ୟମରେ ବାପା-ମା’ଙ୍କ ସହିତ ନିଜର ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ବାପା-ମା’ଙ୍କ ସହିତ ଦିଲ୍ଲୀ ପୁଲିସର ଅପେକ୍ଷାରେ ଅଛି । କିନ୍ତୁ ସେ କହି ନାହାନ୍ତି ଯେ, ପୁଲିସ ଆସିବେ କି ନାହିଁ । ମୁଁ ବାପା-ମା’ ଓ ପତ୍ନୀଙ୍କ ସହିତ ପୁଲିସକୁ ଅପେକ୍ଷା କରିଛି । କାଲି ପୁଲିସ ଫୋନ୍ କରିଥିଲା ଏବଂ ପଚରାଉଚରା ପାଇଁ ସମୟ ମାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking