28.1 C
Bhubaneswar
Saturday, April 27, 2024
Homeଅପରାଧଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲା ରାଜମିସ୍ତ୍ରୀ ଆଉ ତାପରେ.....

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲା ରାଜମିସ୍ତ୍ରୀ ଆଉ ତାପରେ…..

କୋଲକାତା: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି । ଏନେଇ ଅଭିଯୁକ୍ତ ରାଜମିସ୍ତ୍ରୀକୁ ଖୋଜୁଛି ପୁଲିସ । ଘଟଣା ପରେ ପଶ୍ଚିମ ମେଦିନୀପୁରର ଦେବରା ବରଗଡରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅଭିଯୁକ୍ତ ରାଜମିସ୍ତ୍ରୀ ଫେରାର ହୋଇଯାଇଛି । ଶବ ବ୍ୟବଚ୍ଛେଦ ପଠାଇଛି ପୁଲିସ । ମୃତ ଯୁବତୀଜଣକ ପଶ୍ଚିମ ମେଦିନୀପୁରର ଦେବରା ବ୍ଲକର ବରଗଡର ବାସିନ୍ଦା । ସେ ଉଚ୍ଚ ମାଧ୍ୟମିକ ପାସ କରିବା ପରେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ।

ଗୁରୁବାର ଦିନ ୧୨ଟା ବେଳକୁ ତାର ଖୋଜ ଖବର ପାଇନଥିଲେ ପରିବାର ଲୋକେ । ବହୁ ଖୋଜାଖୋଜି ପରେ ଯୁବତୀ ଜଣକ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ । ଯୁବତୀଙ୍କ ହାତ, ଶରୀର ଓ ବେକରେ ଦାଗ ରହିଥିଲା । ପରିବାର ଲୋକେ ଦେବରା ପୁଲିସ ଷ୍ଟେସନକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବତୀଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଦେବରାର ବହୁ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ କାମ କିଛି ମାସ ହେଲା ଚାଲିଛି । ଏହି କାମରେ ନିୟୋଜିତ ମୁର୍ସିଦାବାଦର ଚାରି ଜଣ ରାଜମିସ୍ତ୍ରୀ ଯୁବତୀଙ୍କ ଘରେ ଭଡାରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ରାଜମିସ୍ତ୍ରୀ ସର୍ବେଶ୍ୱର ପ୍ରମାଣିକ ଗୁରୁବାର ସକାଳୁ ଫେରାର ଅଛି । ସେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଝିଅଟି କିପରି ମଲା ତାହା କହିବା ସମ୍ଭବ ନୁହେଁ ବୋଲି ପୁଲିସ କହିଛି । ଏହି ଘଟଣାରେ ପୁଲିସ ଅନ୍ୟ ତିନି ରାଜମିସ୍ତ୍ରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking