26.1 C
Bhubaneswar
Wednesday, August 10, 2022
Homeଦେଶ ବିଦେଶୟୁରୋପରେ ମହାସଙ୍କଟ

ୟୁରୋପରେ ମହାସଙ୍କଟ

ୟୁରୋପ: ୟୁରୋପର ଶସ୍ୟ ଭଣ୍ଡାର ତଥା ବ୍ରେଡ୍ ବେସ୍କେଟ କହିଯାଉଥିବା ୟୁକ୍ରେନରେ ଯୁଦ୍ଧ ଚାଲୁଥିବାରୁ ସେ ଦେଶରୁ ଖାଦ୍ୟ ଶସ୍ୟ ଆସିପାରୁ ନାହିଁ । ଫଳତଃ ସମଗ୍ର ୟୁରୋପରେ ମହାସଙ୍କଟ ଉପୁଜିଛି । ଏଭଳି ଅଭାବନୀୟ ସ୍ଥିତି ଉପୁଜିବ ବୋଲି ଜାତିସଂଘ ମଧ୍ୟ ଚେତାବନୀ ଦେଇଛି । ଏହାସହ ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପୃଥିବୀରେ ଆଉ ମାତ୍ର ୧୦ ଦିନ ସପ୍ତାହ ପାଇଁ ଗହମ ସପ୍ଲାଇ ଷ୍ଟକ ଅଛି । ୨୦୦୮ ମସିହା ପରେ ପରେ ଏଭଳି ପରିସ୍ଥିତି କେବେ ଦେଖ ଦେଇନଥିଲା । ଗୋ ଇଣ୍ଟେଲିଜେନ୍ସ ରିପୋର୍ଟରେ ମଧ୍ୟ ଠିକ୍ ସମାନ ତଥ୍ୟ ଦର୍ଶାଯାଇଛି । ୟୁକ୍ରେନ ଓ ଋଷ୍ ପୃଥିବୀର ଏକ ଚତୁର୍ଥାଂଶ ଗହମ ଆବଶ୍ୟକତା ପୂରଣ କରୁଥିଲା । ଋଷ୍ ରାଷ୍ଟ୍ରପତି ପୁତିନ୍ ଗହମକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ନେଇ ପାଶ୍ଚାତ୍ୟ ଦେଶମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଯୁଦ୍ଧରେ ରୁଷୀୟ ସୈନିକମାନେ ୟୁକ୍ରେନର କୃଷି କ୍ଷେତ୍ରକୁ ଟାର୍ଗେଟ କରିବା ସହ ଶସ୍ୟ ଭଣ୍ଡାର ଲୁଟ୍ କରିଛନ୍ତି । ଗୋ ଇଣ୍ଟେଲିଜେନ୍ସ ମୁଖ୍ୟ ଅଧିକାରୀ ସାରା ମେନକର ଚେତାବନୀ ଦେଇ କହିଛନ୍ତି ଖାଦ୍ୟସାମଗ୍ରୀ ସପ୍ଲାଇଚେନ୍ ବ୍ୟାହତ ହୋଇଥିବା ଯୋଗୁଁ ୟୁରୋପ ଓ ଆମେରିକା ଏକ ଅସାଧାରଣ ଚାଲେଞ୍ଜର ସମ୍ମୁଖୀନ ହେବେ । ଫଳତଃ ପୃଥିବୀ ରାଜନୀତିରେ ରାଜନୈତିକ ସ୍ଥିତିରେ ନାଟକୀୟ ପରିବର୍ତ୍ତନ ଆସିପାରେ । ରୁଷିଆରେ ଚଳିତ ବର୍ଷ ଅବଶ୍ୟକ ପରିମାଣର ଗହମ ଅମଳ ହୋଇଛି । ପୁତିନ କିନ୍ତୁ ପୂର୍ବ ପରି ୟୁରୋପକୁ ଗହମ ସପ୍ଲାଇ କରି ନପାରନ୍ତି । ଅପରପକ୍ଷେ ପ୍ରତିକୂଳ ପାଗ ଯୋଗୁଁ ୟୁରୋପରେ ଗହମ ଫସଲର ବ୍ୟାପକ କ୍ଷତି ଘଟିଛି । ସମବାର ଠାରି ଜାପାନରେ ଆରମ୍ଭ ହେବାକୁ ଥିବା କ୍ୱାଡ ଶୀର୍ଷ ସମ୍ମିଳନୀରେ ଗହମ ସଙ୍କଟ ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ । ଏହାସହ ପରିବର୍ତ୍ତିତ ସ୍ଥିତିରେ ଭାରତ ଗହମ ରପ୍ତାନୀ ବ୍ୟାନ କରିଦେଇଥିବାରୁ ଆମେରିକା ସମେତ ୟୁରୋପୀୟ ଦେଶମାନେ ଚିନ୍ତିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking