28.1 C
Bhubaneswar
Friday, May 3, 2024
Homeଅପରାଧବିବାହ ପାଇଁ ଜିଦ୍ ଧରିଲା ପ୍ରେମିକା ଆଉ ତାପରେ ଯାହା ହେଲା.....

ବିବାହ ପାଇଁ ଜିଦ୍ ଧରିଲା ପ୍ରେମିକା ଆଉ ତାପରେ ଯାହା ହେଲା…..

ନୂଆଦିଲ୍ଲୀ: ପ୍ରେମ-ଲିଭ ଇନ-ହତ୍ୟା । ପ୍ରେମ ସମ୍ପର୍କ ପରେ ଲିଭ ଇନରେ ରହୁଛନ୍ତି ଯୁବପିଢି । ଏହାପରେ ସାମାନ୍ୟ ବଚସାକୁ ନେଇ ଘଟୁଛି ଗୋଟିଏ ପରେ ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡ । କେତେବେଳେ ପ୍ରେମିକାକୁ ହତ୍ୟା କରି କିଏ ଖଣ୍ଡ ଖଣ୍ଡ କରି ଦେଲାଣି ତ ପୁଣି କିଏ ହତ୍ୟା ପରେ ମୃତଦେହକୁ ଫୋପାଡି ଦେଉଛି । ରାଜଧାନୀ ଦିଲ୍ଲୀରୁ ଏପରି ଘଟଣା ଏବେ ବାରମ୍ଭାର ସାମ୍ନାକୁ ଆସୁଛି । ଉତ୍ତରପୂର୍ବ ଦିଲ୍ଲୀରେ ଏବେ ପୁଣି ଏପରି ଏକ ହତ୍ୟାକାଣ୍ଡ ଘଟିଛି ।

ପ୍ରେମ ସମ୍ପର୍କ ପରେ ଲିଭ ଇନରେ ରହୁଥିଲେ ଯୁବକ ଯୁବତୀ । କିନ୍ତୁ ବିବାହ ପାଇଁ ଜିଦ ଧରିଥିଲା ପ୍ରେମିକା । ଶେଷରେ ପ୍ରେମକୁ ଭୁଲିଯାଇ ପ୍ରେମିକାକୁ ହତ୍ୟା ପରେ ଘର ବାହାରେ ଫିଙ୍ଗି ଦେଲା ପ୍ରେମିକ । ଏହି ଘଟଣାରେ ପୋଲିସ ତଦନ୍ତ କରି ଜଣଙ୍କୁ ଗିରଫ କରିଥିବା ବେଳେ ପ୍ରେମିକ ବିନୀତ ଫେରାର ହୋଇଯାଇଥିବା ଜଣାପଡିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ରୋହିନା ।

ଗତ ଏପ୍ରିଲ ୧୨ ତାରଖ ଦିନ ବିନୀତ ରହୁଥିବା ଘରଠାରୁ ୧୨ କିଲୋମିଟର ଦୂର ଏକ ସ୍ଥାନରେ ରୋହିନାଙ୍କ ମୃତଦେହ ପଡିଥିବା ପୋଲିସ ନିକଟକୁ ଖବର ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ଦେଖିବାକୁ ପାଇଥିଲା । ଏହାପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇବା ପରେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଥିଲା ।

ତେବେ ଯୁବତୀ ଜଣଙ୍କ କିଏ ତାଙ୍କୁ କିଏ ଏପରି ହତ୍ୟା କଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ସତ ସାମ୍ନାକୁ ଆସିଥିଲା ।
ଗତ ୪ ବର୍ଷ ହେଲା ରୋହିନା ଓ ବିନୀତ ଘର ଛାଡି ଲିଭ ଇନରେ ରହୁଥିଲେ । ଏନେକ ସମୟରେ ଯୁବତୀ ଜଣଙ୍କ ବିବାହ ପାଇଁ ପ୍ରେମିକକୁ ଚାପ ପକାଉଥିଲେ । ଏହାକୁ ନେଇ ଗତ ୧୨ ତାରିଖ ରାତିରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ ବିନୀତ ତଣ୍ଟିଚିପି ରୋହିନାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking