29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଦ୍ୱିତୀୟ ପତ୍ନୀକୁ ହତ୍ୟା କରି ସ୍ୱାମୀ ଫେରାର

ଦ୍ୱିତୀୟ ପତ୍ନୀକୁ ହତ୍ୟା କରି ସ୍ୱାମୀ ଫେରାର

ପାଟନା: ପ୍ରଥମେ ଧୋକା ଦେଇ ବିବାହ, ପରେ ମହିଳାଙ୍କୁ ହତ୍ୟା । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାରର ପୂର୍ଣ୍ଣିଆରେ । ଜିଲ୍ଲାର ଶଶି ଥାନା ଅନ୍ତର୍ଗତ କୋସୀ ନଦୀରେ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା । ମୃତକଙ୍କ ନାଁ ପୁତୁଲ ଦେବୀ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ନାଁ ଅଜୟ ବୋଲି ଜଣା ପଡିଥିଲା । ତେବେ ମୃତ ପୁତୁଲଙ୍କ ପରିବାର ଲୋକ ତାଙ୍କ ସ୍ୱାମୀ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଏହି ଘଟଣା ପରେ ଅଜୟ ନିଜର ସମ୍ପୂର୍ଣ୍ଣ ପରିବାର ସହିତ ଫେରାର ହୋଇ ଯାଇଛି ।

କଟିହାର ଜିଲ୍ଲାର ସମେଲି ଚାନ୍ଦପୁର ଗାଁରେ ରହୁଥିବା ମୃତକ ପୁତୁଲଙ୍କ ପରିବାରବର୍ଗ କହିଛନ୍ତି ଯେ, ଗତ ମାର୍ଚ୍ଚ ମାସ ୧୧ ତାରିଖରେ ବେଶ ଧୁମଧାମରେ ଅଜୟ ସହିତ ପୁତୁଲଙ୍କ ବିବାହ ହୋଇଥିଲା । କିନ୍ତୁ ଅଜୟ ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର ୨ ଟି ସନ୍ତାନ ଥିବା କଥା ପୁତୁଲଙ୍କ ପରିବାରକୁ ଜଣା ନଥିଲା । ପୁତୁଲଙ୍କ ପରିବାର ଲୋକ କହିଛନ୍ତି ଯେ, ଅଜୟଙ୍କ ଦ୍ୱିତୀୟ ବିବାହ ବିଷୟରେ ଅଜୟଙ୍କ ପ୍ରଥମ ପତ୍ନୀଙ୍କ ବାପଘର ଲୋକ ଜାଣିବା ପରେ ଘରକୁ ଆସି ପୁତୁଲଙ୍କୁ ଘର ଛାଡିଦେବା ପାଇଁ ଧମକେଇଥିଲେ । ପୁତୁଲ ନିଜ ବାପଘର ଯିବା ପରେ ସେଠାରେ ତାଙ୍କ ପରିବାର ଲୋକ ଅଜୟଙ୍କ ଘରକୁ ପୁଣି ନଯିବା ପାଇଁ କହିଥିଲେ ମାତ୍ର ପୁତୁଲ ଅଜୟଙ୍କ ସହ ବିବାହ ହୋଇଥିବାରୁ ତାଙ୍କ ସହ ରହିବେ ବୋଲି କହି ଚାଲିଯାଇଥିଲେ । ଅଭିଯୁକ୍ତ ଅଜୟ ବରଫ ବିକ୍ରି ବେପାର କରୁଥିଲେ ।

ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଅଜୟ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ବରଫ ବିକ୍ରି କରିବା ଡବାରେ ମୃତ ଦେହ ରଖିଥିଲେ ଓ ପରେ ତାହାକୁ କୋସୀ ନଦୀରେ ଫିଙ୍ଗି ଦେଇଥିଲେ । ଏହା ସହ ସେ ମୃତଦେହ ଫିଙ୍ଗିବାର ଦୃଶ୍ୟ ନଦୀ ପାଖ ବିଲରେ କାମ କରୁଥିବା ପିଲାମାନେ ମଧ୍ୟ ଦେଖିଛନ୍ତି । ଘଟଣାର ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପୂର୍ଣ୍ଣିଆ ମେଡିକାଲ କଲେଜକୁ ପଠାଇ ଦେଇଥିଲା । ଶଶି ଥାନାର ଅଧିକାରୀଙ୍କ କହିବା ମୁତାବକ, ମୃତକ ମହିଳାଙ୍କ ପରିବାର ବର୍ଗ ସ୍ୱାମୀ ଅଜୟ ଓ ତାର ପରିବାର ଉପରେ ହତ୍ୟା ର ଲିଖିତ ଅଭିଯୋଗ ଆଣିଛନ୍ତି । ପୋଲିସ କେସ୍ ରୁଜୁ କରିବା ସହ ଯାଞ୍ଚ ମଧ୍ୟ ଆରମ୍ଭ କରିଛି । ଅଭିଯୁକ୍ତ ଅଜୟ ନିଜ ପରିବାର ସହ ଫେରାର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking