34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଲୋମ ହର୍ଷଣକାରୀ କାଣ୍ଡ; ଖାଇବାକୁ ଦେଇ ନପାରିବାରୁ ସ୍ତ୍ରୀ ଓ ଛୁଆଙ୍କୁ ହାଣିଦେଲା ସ୍ୱାମୀ

ଲୋମ ହର୍ଷଣକାରୀ କାଣ୍ଡ; ଖାଇବାକୁ ଦେଇ ନପାରିବାରୁ ସ୍ତ୍ରୀ ଓ ଛୁଆଙ୍କୁ ହାଣିଦେଲା ସ୍ୱାମୀ

ଇସ୍‌ଲାମ୍‌ବାଦ୍‌: ଭୁଶୁଡ଼ି ପଡ଼ିଲାଣି ପାକିସ୍ତାନର ଆର୍ôଥକ ସ୍ଥିତି । ଆକାଶ ଛୁଆଁ ହେଲାଣି ଦରଦାମ । ଏପରି ସ୍ଥିତିରେ ଲୋକେ ରୋଜଗାର ହରାଉଥିବା ବେଳେ ପରିବାର ଚଳାଇବା କାଠିକର ପାଠ ହୋଇ ପଡ଼ୁଛି । ଏପରି ସ୍ଥିତିର ସମ୍ମୁଖିନ ହେଉଥିବା ଜଣେ ପାକିସ୍ତାନ ନାଗରିକ ଘଟାଇଛନ୍ତି ଲୋମ ହର୍ଷଣକାରୀ କାଣ୍ଡ । ବ୍ୟକ୍ତିଜଣକ ଖାଇବାକୁ ଦେବାକୁ ଅସମର୍ଥ ହେବାରୁ ନିଜ ପତ୍ନୀ ଓ ୭ ନାବାଳକ ଛୁଆଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି । ମୃତ ଛୁଆଙ୍କ ମଧ୍ୟରେ ୪ ପୁଅ ଓ ୩ ଝିଅ ଥିବା ଜଣାଯାଇଛି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏପରି ଅମାନବୀୟ ଘଟଣା ଘଟିଛି । ଏହି ଘଟଣାରେ ପୁଲିସ ସଜ୍ଜାଦ ଖୋଖର ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି ।

ସଜ୍ଜାଦଙ୍କ କହିବାନୁଯାୟୀ, ଗତ କିଛି ଦିନ ହେବ ସେ ଖୁବ୍ ଆର୍ôଥକ ସମସ୍ୟା ଦେଇ ଗତି କରୁଥିଲେ । ସେ ବେରୋଜଗାର ହୋଇ ଯାଇଥିବା ବେଳେ ପତ୍ନୀ ଓ ୭ ପିଲାଙ୍କ ମୁହଁରେ ଦାନା ଦେବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା । ଏପରିକି ସବୁ ଟଙ୍କା ସରି ଯାଇଥିବାରୁ ପରିବାର କିପରି ପୋଷିବେ, ପିଲାଙ୍କ ମୁହଁରେ କିପରି ଦାନା ଦେବେ ସେହି ଚିନ୍ତା ତାଙ୍କୁ ଘାରିଥିଲା । ଏଥିପାଇଁ ସେ ନିଜ ପରିବାରକୁ ସମୂଳେ ନାଶ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଜଣ ଜଣ କରି କୁରାଢ଼ିରେ ହାଣି ପତ୍ନୀଙ୍କ ସମେତ ସବୁ ଛୁଆଙ୍କ ଜୀବନ ନେଇଥିବା ପୁଲିସ୍‌? ସମ୍ମୁଖରେ ସ୍ୱୀକାର କରି ସାରିଛନ୍ତି । ପାକିସ୍ତାନରେ ଅର୍ଥନୀତିକ ସଙ୍କଟ ଉତ୍କଟ ହୋଇ ଯାଇଥିବା ବେଳେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲାଣି । ଏହାଦ୍ୱାରା ମୁଖ୍ୟତଃ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । ଏପରିକି ଅର୍ଥନୀତିକ ସଙ୍କଟର ସମ୍ମୁଖିନ ହୋଇ ସେମାନେ ନିଜ ପରିବାରକୁ ପୋଛି ଦେବାକୁ ପଛାଉ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking