29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଟ୍ୱିଟର୍ ବିରୋଧରେ ୪ର୍ଥ ମାମଲା

ଟ୍ୱିଟର୍ ବିରୋଧରେ ୪ର୍ଥ ମାମଲା

ନୂଆଦିଲ୍ଲୀ: ଶିଶୁ ପର୍ଣ୍ଣୋଗ୍ରାଫିକୁ ନେଇ ସାମାଜିକ ଗଣମାଧ୍ୟମ ଟ୍ୱିଟର ବିରୋଧରେ ମଙ୍ଗଳବାର ନୂଆଦିଲ୍ଲୀରେ ଆଉ ଏକ ମାମଲା ରୁଜୁ କରାଯାଇଛି । ଏହାକୁ ମିଶାଇ ଟ୍ୱିଟର ବିରୋଧରେ ୪ଟି ମାମଲା ରୁଜୁ ହୋଇସାରିଲାଣି । ଶିଶୁ ଅଧିକାର ସୁରକ୍ଷା ସଂକ୍ରାନ୍ତ ଜାତୀୟ କମିଶନଙ୍କ ଦ୍ୱାରା ଆଗତ ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୁଲିସର ସାଇବର ସେଲ୍ ପକ୍ଷରୁ ସାନି ମାମଲା ରୁଜୁ କରାଯାଇଥିବା ପ୍ରକାଶ। ଟ୍ୱିଟର୍‌ରେ ଶିଶୁ ପର୍ଣ୍ଣୋଗ୍ରାଫିକୁ ନେଇ ବାରମ୍ବାର ପୋଷ୍ଟ୍ କରାଯାଉଥିବାରୁ କମିଶନ ଆପତ୍ତି ଜଣାଇଛି । ଇତିପୂର୍ବରୁ ଉତ୍ତରପ୍ରଦେଶରେ ଜଣେ ମୁସଲମାନ ବ୍ୟକ୍ତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମାମଲା ରୁଜୁ ହୋଇଥିଲା । ନିକଟରେ ଟ୍ୱିଟର ମାନଚିତ୍ରରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଷ୍ଟ୍ର ଓ ଲଦାଖ୍‌କୁ ଚୀନ୍‌ର ଅଂଶବିଶେଷ ଦର୍ଶାଯାଇଥିବାବେଳେ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ୱିଟର୍ ଅବଶ୍ୟ ଏହି ମାନଚିତ୍ରକୁ ସଂଶୋଧନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking