30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ!

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ!

ନୂଆଦିଲ୍ଲୀ:  ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ମଙ୍ଗଳବାର ମୌସୁମୀ ଅଧିବେଶନର ଅବଧି ନେଇ ଉପରୋକ୍ତ ସୁପାରିସ କରିଥିବା ଜଣାପଡିଛି । ତେବେ ଅଧିବେଶନ ସମୟରେ ସାଂସଦଙ୍କୁ କୋଭିଡ୍ ପ୍ରୋଟକଲ ମାନିବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ ସାଂସଦ ଗୃହରେ ମାସ୍କ୍ ପରିଧାନ କରିବେ ଏବଂ ସଂସଦ ପରିସରରେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ସାଂସଦ ଅତିକମରେ ଗୋଟିଏ ଡୋଜ୍ କୋଭିଡ ଟିକା ନେଇଥିବା ଜରୁରୀ ବୋଲି କୁହାଯାଇଛି । ମିଳିଥିବା ତଥ୍ୟ ଅନୁଯାୟୀ ୧୭୯ ରାଜ୍ୟସଭା ସାଂସଦ ଦୁଇଟି ଡୋଜ୍ ନେଇସାରିଥିବାବେଳେ ଅନ୍ୟ ୩୯ ଜଣ ଗୋଟିଏ ଡୋଜ୍ ଟିକା ନେଇଛନ୍ତି । ଅପରପକ୍ଷରେ ଲୋକସଭାର ୪୦୩ ସାଂସଦ ଦୁଇଟି ଡୋଜ୍ ନେଇସାରିଥିବା ଜଣାପଡିଛି । କୋଭିଡ୍ ଯୋଗୁଁ ୨୦୨୦ ମାର୍ଚ୍ଚରୁ ସଂସଦର ଅଧିବେଶନକୁ କାଣ୍ଟଛାଣ୍ଟ୍ କରାଯାଉଛି । ଗତବର୍ଷର ବଜେଟ, ମୌସୁମୀ ଅଧିବେଶନ ସାଙ୍ଗକୁ ଚଳିତବର୍ଷର ବଜେଟ ଅଧିବେଶନ ମଧ୍ୟ ପ୍ରଭାବିତ ହୋଇସାରିଛି । ଏପରିକି ୨୦୨୦ ଶୀତକାଳୀନ ଅଧିବେଶନକୁ ବାତିଲ କରିବାକୁ ମଧ୍ୟ ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking