38.1 C
Bhubaneswar
Friday, April 26, 2024
Homeଚନ୍ଦ୍ରଗ୍ରହଣଆସନ୍ତା ୫ ତାରିଖରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଆସନ୍ତା ୫ ତାରିଖରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଆସନ୍ତା ୫ତାରିଖ ଶୁକ୍ରବାର ବୁଦ୍ଧ ପୂର୍ଣ୍ଣିମାରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସଂଘଟିତ ହେବ । ତେବେ ଏହି ମହାଜାଗତିକ ଦୃଶ୍ୟକୁ ଓଡ଼ିଶାରେ ଖାଲି ଆଖିରେ ଦେଖିବା ସମ୍ଭବପର ହେବନି । ଟେଲିସ୍କୋପ୍ କିମ୍ବା ବାଇନାକୁଲର ମାଧ୍ୟମରେ ଏହି ଚନ୍ଦ୍ରଗ୍ରହଣକୁ ଦେଖିହେବ ବୋଲି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୃଥିବୀର ଛାୟା ଦେଇ ଚନ୍ଦ୍ରମା ମେ’ ୫ତାରିଖ ରାତି ୮ଟା ୪୫ମିନିଟରୁ ମେ’ ୬ତାରିଖ ରାତି ୧ଟା ମଧ୍ୟରେ ଅତିକ୍ରମ କରିବ । ଅର୍ଥାତ୍ ପ୍ରାୟ ୪ଘଣ୍ଟା ୧୮ମିନିଟର ଅବଧିର ଏହି ଗ୍ରହଣର ମଧ୍ୟକାଳ ରାତି ୧୦ଟା ୫୨ମିନିଟରେ ହେବ ଓ ଏହି ଚନ୍ଦ୍ରଗ୍ରହଣ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ଭାରତ ମହାସାଗର ଅଂଚଳରେ ଦୃଶ୍ୟମାନ ହେବ ।

ଚନ୍ଦ୍ରଗ୍ରହଣ ସାଧାରଣତଃ ସୂର‌୍ୟ୍ୟପରାଗ ତୁଳନାରେ ବିଶ୍ୱର ଅଧିକ ଅଂଶରେ ଦୃଶ୍ୟମାନ ହୋଇଥାଏ । କାରଣ ଚନ୍ଦ୍ରମା ତୁଳନାରେ ପୃଥିବୀର ଆକାର ବହୁତ ବଡ଼ ଓ ଏହାର ଛାଇ ମଧ୍ୟ । ସାଧାରଣ ଲୋକମାନେ ଚନ୍ଦ୍ରଗ୍ରହଣ ସମୟରେ ଖାଇବାଠାରୁ ଦୁରେଇ ରୁହନ୍ତୁ । ତୁଳସୀପତ୍ରକୁ ଖାଦ୍ୟପାତ୍ରରେ ରଖନ୍ତି,ବିଶେଷ କରି ଭଗବାନ ବିଶ୍ୱାସୀମାନେ ବିଶ୍ୱାସ କରନ୍ତି ଯେ ମନ୍ତ୍ର ଯପ କରିବା ଏବଂ ଭଗବାନଙ୍କ ନାମ ଗ୍ରହଣ କରିବା ଦ୍ୱାରା ଚନ୍ଦ୍ରଗ୍ରହଣ କରିବା ଦ୍ୱାରା ଚନ୍ଦ୍ରଗ୍ରହଣର ପ୍ରଭାବ କମ୍ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking