24.1 C
Bhubaneswar
Thursday, May 9, 2024
Homeଓଡିଶାକୋଭିଡ ମହାମାରୀ ଯୋଗୁ ଫିକା ପଡିଲା ପାର୍ବଣ ଋତୁ

କୋଭିଡ ମହାମାରୀ ଯୋଗୁ ଫିକା ପଡିଲା ପାର୍ବଣ ଋତୁ

ଯାଜପୁର: ଗଣେଶ ପୂଜା ଠାରୁ ଆରମ୍ବ ହୁଏ ପାର୍ବଣ ଋତୁ । କୋଭିଡ 19 ଫିକା କରିଛି ପାର୍ବଣକୁ । ଗଣେଶ,ବିଶ୍ଵକର୍ମା ପୂଜା ଏହି ଋତୁରେ ପଡୁଥିବା ପର୍ବ ପର୍ବାଣି କୁ ଫିକା କରି ଦେଇଛି । ପରମ୍ପରାକୁ ବଜାୟ ରଖିବା ପାଇଁ ପୂଜା ପାଠରେ ସୀମିତ ରହିଛି । କାହାରି ମନରେ ଆନନ୍ଦ ଉଲ୍ଲାସ ନାହଁ କୋଭିଡର ଭୟ ସମସ୍ତଙ୍କୁ ଘାରିଛି । ଅପର ପକ୍ଷରେ ସରକାରଙ୍କ ନିୟମ ଓ ଆର୍ଥିକ ସଙ୍କଟ ପାର୍ବଣର ମାହୋଲକୁ ଫିକା କରିଛି । ଶକ୍ତି ପୀଠ ଗୁଡିକରେ କୋଭିଡ କଟକଣା ଭକ୍ତ ଶୂନ୍ୟ ମା ଙ୍କ ପୂଜା ଅନୁଷ୍ଠିତ ହେଉଛି । ଆଉ ଦୁଇ ଦିନ ପରେ ମା ଜଗତଜନନୀ ମା ଦୃର୍ଗା ପୂଜା ଆରମ୍ଭ ହେବ । ପୂଜାମଣ୍ଡପରେ ସାଜସଜା ନାହଁ । ମା ମୄମୟ ମୂର୍ତ୍ତି ସରକାରଙ୍କ ନିୟମ ଅନୁସାରେ ଉଚତା ଚାରି ଫୁଟ ଅନୁସାରେ ନିର୍ମାଣ କରା ଯାଇଛି । କେବଳ ପୂଜା କରାଯାଇ ଧର୍ମୀୟ ପରମ୍ପରାକୁ ବଜାୟ ରଖିବାକୁ ପୂଜାକମିଟି ଗୁଡିକ ନିଷ୍ପତି ନେଇଛନ୍ତି । ଦୁର୍ଗା ପୂଜା ବା ଦଶହରା କୁ ଆନନ୍ଦ ଉଲ୍ଲାସ ପାଳନ କରିଥାନ୍ତି । ଏହି ପୂଜା ସାର୍ବଜନୀନ ହୋଇଥିବାରୁ ଗାଁ ଠାରୁ ସହର ପଯ୍ୟନ୍ତ ଦଶହରା ପର୍ବ ମାହଲୋକୁ ଯାକଜମକ ପାଳନ କରାଯାଇଥାଏ । ଶ୍ରମିକ ମାନେ ବୋନସ ପାଇଁ ଥାନ୍ତି ପୂଜା ମନ ଭରି ପାଳନ କରିଥାନ୍ତି । ପୁଜାଛୁଟିରେ କର୍ମ ସଂସ୍ଥାରେ ରହୁଥିବା କର୍ମଚାରୀମାନେ ଜନ୍ନ ମାଟିକୁ ଫେରିଥାନ୍ତି । ଲୁଗା ଦୋକାନ ବିଭିନ୍ନ ଶୋରୁମ ମହଲ ଓ ସୁନା ଦୋକାନ ମାନଙ୍କରେ ଆକର୍ଷଣ ଗି ପ୍ ଟି ଓ ରିହାତି ମାନ ପ୍ରତିଯୋଗିତା ମାନ କରି ଵିଜ୍ଞାପନ ଜରିଆରେ ଗ୍ରାହକ ମାନଙ୍କୁ ଆକର୍ଷିତ କରିଥାନ୍ତି । ଦଶହରା ବଜ଼ାର ଭିଡ ଜମେ । କରୋନା ମହାମାରୀ ସବୁ ଧୂଳିସାତ କରିଦେଇଛି । କାହାରି ପାଖରେ ପଇସା ନାହଁ । ସତେଯେପରି କରୋନା ମହାମାରି ସବୁ ଛଡାଇ ନେଇଛି । ସବୁଟି ଭୟ ଆତଙ୍କ ଅର୍ଥ ନୀତି ଭୁଶୁଡି ପଡିଛି । କଳ କାରଖାନା ଆଦିକାନ୍ସ ବନ୍ଦ କର୍ମଚାରୀ, ଶ୍ରମିକ ଦରମା ବନ୍ଦ ପରିବାର ଚଳାଇବା ତାଙ୍କ ପାଇଁ କାଟି କାର ପାଠ ହୋଇ ପଡିଛି ଦୋକାନ ବଜ଼ାର ଖାଲି ଖାଲି ଦେଖା ଯାଉଛି । କାହାରି ମୁଁହ ରେ ସରାଗ ନାହଁ । 20020 ପାର୍ବଣ ସମସ୍ତ ପାଇଁ ଅଭିଶପ୍ତ । କରୋନା ମହାମାରି କେବେ ଲୋପ ପାଇବ ଦୃର୍ଗତିଃ ନାଶିନୀ ମା ଦୁର୍ଗା ଧାର ପୁଷ୍ଟ କୁ ଆସୁଛନ୍ତି । କରୋନା ମହାମାରୀକୁ ଲୋପ କରିବା ପାଇଁ ଭକ୍ତ ମାନ ମା ନିକଟରେ ଆକୁଳ ପାର୍ଥନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking