31.1 C
Bhubaneswar
Wednesday, July 16, 2025
Homeଓଡିଶାଦେବଦୂତ ସାଜିଲେ ଦିବ୍ୟାଙ୍ଗ ଶିକ୍ଷକ

ଦେବଦୂତ ସାଜିଲେ ଦିବ୍ୟାଙ୍ଗ ଶିକ୍ଷକ

ମାଲକାନଗିରି : ସରକାରଙ୍କ ଦ୍ଵାରା ନିଆଯାଇଥିବା ଅନଲାଇନ ଶିକ୍ଷା ଦାନ ଯେ କେତେଟା କାର୍ଯ୍ୟକାରୀ ହେଉଛି ତାହା କେବଳ ସେହି ଛାତ୍ରଛାତ୍ରୀ ମାନଙ୍କୁ ପଚାରିଲେ ଜଣାଯାଇପାରେ ଯେଉଁ ପିଲାମାନଙ୍କ ପାଖରେ ନା ନେଟୱର୍କ ଅଛି ନା ଗୋଟିଏ ସ୍ମାର୍ଟ ଫୋନ ଟିଏ ଅଛି, ଯେଉଁଥିରେ ସେ ଭଲ ପାଠ ପଢିବ ଆଉ ନିଜ ଜୀବନକୁ ଉଜ୍ଜ୍ୱଳ ଓ ଶିକ୍ଷିତମୟ କରି ଗଢିବ । ସରକାର ଭଲ ଯୋଜନା କରିଥିଲେ ମଧ୍ୟ ଭୁଲିଯାଇଥିଲେ ଏହି ଲକଡାଉନ ର କରୁଣ ଚିତ୍ର, କେତେଯେ ଛାତ୍ରଛାତ୍ରୀ ଏହି ଲକଡାଉନ ପରେ ଭଲ ଖାଇବାକୁ ପାଉନଥିବ,ହେଲେ ସେମାନେ ଭଲ ସ୍ମାର୍ଟ ଫୋନ କିଣିବେ କିପରି ଆଉ ଯଦି କିଣିବି ନିଅନ୍ତି ତୋ ନା ଭଲସେ ନେଟୱର୍କ ରହୁଛି ନା ଭଲସେ କରେଣ୍ଟ ରହୁଛି ଯେ ପିଲାମାନେ ଅନଲାଇନ ଶିକ୍ଷା କରିବେ । ଏହିଭଳି ପରିସ୍ଥିତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ଼ ର ସୁକୁମା ଜିଲ୍ଲା ରେ କିନ୍ତୁ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ଯେଉଁଠି ଜଣେ ଦିବ୍ୟାଙ୍ଗ ଶିକ୍ଷକ ନିଜର ସବୁକିଛି ଭୁଲି କୋରନା ମହାମାରୀ ରୋଗକୁ ନ ଡରି ନିଜେ ଗାଁ ଗାଁ ବୁଲି ଗରିବ ପିଲାମାନଙ୍କୁ ଦୀର୍ଘ ୬ ମାସ ଧରି ପାଠ ପଢେଇ ଆସୁଛନ୍ତି, ସେ ହେଉଛନ୍ତି ଜଣେ ପ୍ରକୃତ ଗୁରୁ ଶ୍ରୀଯୁକ୍ତ ରାମ କୁମାର । ନିଜର ତିନି ଚକିଆ ସ୍କୁଟର ଧରି ପ୍ରତିଦିନ ୫ ଟି ଗାଁକୁ ଯାଇ ଆଦିବାସୀ ପିଲାମାନଙ୍କୁ ଦୁଇ ଘଣ୍ଟା ଲେଖାଏ ପାଠ ପଢ଼ାଉଛନ୍ତି ଶ୍ରୀଯୁକ୍ତ ରାମ କୁମାର । ଯେଉଁସବୁ ଅଞ୍ଚଳରେ ନେଟୱର୍କ ନାହିଁ କି ଗରିବ ବାପା ମାଆଙ୍କ ପାଖରେ ସ୍ମାର୍ଟ ଫୋନ କିଣିବା ପାଇଁ ସାମର୍ଥ୍ୟ ନାହିଁ ସେମାନଙ୍କ ପିଲାମାନେ ଅନଲାଇନ ଶିକ୍ଷା କରିବେ କିପରି ସେହିସବୁ ବିଷୟରେ ସରକାର କିନ୍ତୁ ଚିନ୍ତା କରି ନାହାନ୍ତି, ଯାହାଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଲାମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking