34.1 C
Bhubaneswar
Thursday, April 25, 2024
Homeଓଡିଶାବାଘ ଛାଲ ଜବତ; ୫ ଗିରଫ

ବାଘ ଛାଲ ଜବତ; ୫ ଗିରଫ

ମୟୂରଭଞ୍ଜ: ବନବିଭାଗକୁ ମିଳିଲା ଏକ ବଡ଼ ସଫଳତା। କଲରାପତରିଆ ବାଘଛାଲ ସହ ୫ଗିରଫ । ୫ଜଣ ବାଘଛାଲ ମାଫିଆ ଏକ କଲରା ପତରିଆ ବାଘଛାଲ ବିକ୍ରି କରିବାକୁ ଆସିଥିଲେ । ଜଙ୍ଗଲ ଭିତରେ ଥିବା ଏକ ଚଟାଣରେ ହାଣ୍ଡିଆ ପିଇ ନିଶାରେ ମସଗୁଲ ହୋଇ ବାଘଛାଲ ସୌଦାକରିବାର ଯୋଜନା ପ୍ରସ୍ତୁତ କରୁଥିଲେ । କୌଣସି ସୂତ୍ରରୁ ଖବରପାଇ ଦିର୍ଘଦିନରୁ ଏହି ମାଫିଆ ଗୋଷ୍ଠୀ ଉପରେ ନଜର ରଖି ଆସୁଥିଲା ବନବିଭାଗ। ଆଉ ଚତୁରତାର ସହ ଜାଲ ବିଛାଇଥିଲା ଶିକାରୀଙ୍କୁ ବାଘଛାଲ ସହିତ ଧରିବା ପାଇଁ। ତେବେ ଆଜି ସେମାନେ ବାଘଛାଲ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ନେଇ ବନବିଭାଗ ଖବରପାଇ ଥିଲା। ଖବର ଅନୁଯାୟୀ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତେବେ ସେମାନେ ନିଶାରେ ମସଗୁଲ ହୋଇ ବାଘଛାଲ ସହ ଜଙ୍ଗଲର ଏକ ପଥର ଚଟାଣି ଉପରେ ବସି ଦିନ ପ୍ରାୟ ୧୧ଟା ବେଳେ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ ପେଟ୍ରୋଲିଂ କରୁଥିବା ବନବିଭାଗର ଏକ ଟିମ ଚାରିପଟୁ ଘେରି ଦେଇଥିଲେ । ତେବେ ବାଘଛାଲ ସହ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ପେଟ୍ରୋଲିଂ ଟିମ ସମସ୍ତ ୫ଜଣଙ୍କୁ କାବୁ କରି ନେବା ସହିତ ସେମାନଙ୍କ ଠାରୁ ବାଘଛାଲ ଜବତ କରିଥିଲା। ବନବିଭାଗ ସମସ୍ତଙ୍କୁ କାବୁ କରି ଗିରଫ କରିବା ସହ ଚମଡ଼ା ଜବତ କରିଥିଲା ଯାହାର ଲମ୍ବ ୫ ଫୁଟ ୬ଇଞ୍ଚ ଏବଂ ଓସାର ୨ଫୁଟ । ଏସିଏଫ ନବୀନ ନାଏକ ଓ ଏସିଏଫ ବୈଦ୍ୟନାଥ ମାଝୀ ଚଢ଼ାଉର ନେତୃତ୍ବ ନେଇଥିଲା ବେଳେ ସ୍ଥାନୀୟ ବନବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ । ସେମାନଙ୍କୁ ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ଯାଳୟକୁ ଅଣାଯାଇ ପୁଚରାଉଚୁରା ସହ ଅଧିକ ତଦନ୍ତଜାରୀ ରଖିଥିଲା ବନବିଭାଗ । ଗିରଫ ବାଘଛାଲ ମାଫିଆମାନେ ହେଲେ କୁଳିଅଣା ଅଞ୍ଚଳର ଖେଲାରାମ ହାଁସଦା (୨୧) ଓ ହମ୍ବିର ଟୁଡୁ (୧୮),ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମର ବାଜିନାଥହେମ୍ବ୍ରମ(୨୫) ଓ ବିଶୋଇ ଅଞ୍ଚଳର ସନତ ମାରାଣ୍ଡି (୪୫),ଜାମଦା ଅଂଚଳରେ ଭଡ଼ା ରହୁଥିବା ତୁସିଲ ମୁର୍ମୁ (୪୨)। ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ସନ୍ଧ୍ୟା ବେଳେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking