33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସରକାରଙ୍କର ବିଇଡି କଲେଜ ଓ ସ୍କୁଲ ବନ୍ଦ ନିଷ୍ପତିକୁ ଡିଏସଓର ବିରୋଧ

ସରକାରଙ୍କର ବିଇଡି କଲେଜ ଓ ସ୍କୁଲ ବନ୍ଦ ନିଷ୍ପତିକୁ ଡିଏସଓର ବିରୋଧ

ଯାଜପୁର ତା 23/11 ଅଲ ଇଣ୍ଡିଆ ଡିଏସଓ ଓଡିଶା ରାଜ୍ୟ କମିଟି ପକ୍ଷରୁ ସାରା ରାଜ୍ୟରେ ସରକାରଙ୍କର 14ଟି ବି ଇ ଡି କଲେଜ ଓ 14, 379ଟି ସ୍କୁଲ ବନ୍ଦ ନିଷ୍ପତି କୁ ବିରୋଧ କରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରକାଶ ଥାଉକି ସ୍ୱାଧୀନତା ପରେ ବହୁଲୋକଙ୍କ ସାହାଯ୍ୟ ସହଯୋଗ ଫଳରେ ହଜାର ହଜାର ଶିକ୍ଷାନୁଷ୍ଠାନ ଓ କେତେକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଗଢିଉଠିଲା ପରେ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିଲେ, ଦୁଃଖର କଥା ଏହି ଶିକ୍ଷାନୁଷ୍ଠାନ ଗୁଡିକୁ ସରକାର ବନ୍ଦ କରିଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି ଏବଂ ଘରୋଇ ଶିକ୍ଷ୍lନୁଷ୍ଠାନ କୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି ଫଳରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଙ୍କ ପୋଥିରେ ଡୋରି ବନ୍ଧା ହେବା କୁ ଯାଉଛି । ଏହାକୁ ବିରୋଧ କରି ଅଲ ଇଣ୍ଡିଆ ଡି ଏସ ଓ ବ୍ୟାସନଗର ଶାଖା ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଡି ଏସ ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟା କମ୍ରେଡ ନିରୁପମା ବେହେରା ଙ୍କ ନେତୃତ୍ୱରେ କଳିଙ୍ଗ ନଗର ଏ ଡି ଏମ ଙ୍କ ଜରିଆରେ ଗଣଶିକ୍ଷାମନ୍ତ୍ରୀ ଙ୍କୁଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ସରକାର ଏହି ନିଷ୍ପତି ତୁରନ୍ତ ପ୍ରତ୍ୟାହାର କରିବାକୁ ଉପସ୍ଥିତ ଛାତ୍ରନେତାମାନେ ଦାବୀ କରିଥିଲେ।
ରାଜ୍ୟ ସରକାର ଶିକ୍ଷା କୁ ଘରୋଇ କରଣ କରି ଶିକ୍ଷା କୁ ଵେ ସରକାରୀ ଶିକ୍ଷା ନୁଷ୍ଠାନ କୁ ଟେକି ଦେବା ଦ୍ୱରା ସାଧାରଣ ଜନତା ଙ୍କ ଛୁଆ ପିଲା ଶିକ୍ଷା ରୁ ବଂଚିତ ହେବେ । ଥିଲା ଵାଲାଙ୍କ ଛୁଆ ପିଲାମାନେ ଟଙ୍କା ଦେଇ ପାଠ ପଢିବେ ଗରିବ ଶେଣୀୟ ଛାତ୍ର ଛାତ୍ରୀ ମାନେ ପାଠ ପଢି ପାରିବେ ନାହିଁ । ଘୋରାଇ ଶିକ୍ଷା ଅନୁଷ୍ଠାନ ଗୁଡିକ ସ୍ୱଚା ଚରିତା ହୋଇ ଶିକ୍ଷାକୁ ନିଲାମ କରିବେ । ସମସ୍ତ ଙ୍କୁ ଶିକ୍ଷା ଧାନ ଦେବା ସରକାର ଙ୍କ କର୍ତ୍ତବ୍ୟ । ଘରୋଇ କରଣ କୁ ପ୍ରୋଚାହିତ କରିବା ଦ୍ୱରା ମେଧା ବି ଛାତ୍ର ଛାତ୍ରୀ ମାନେ ପଇସା ଅଭାବ ରୁ ଶିକ୍ଷାରୁ ବଂଚିତ ହେବ ବୋଲି ଏସ ୟୁସି ଆଇ ପକ୍ଷରୁ କୁହା ଯାଇଛି ।
https://www.youtube.com/watch?v=FzrxV2rkEuo .

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking