29.1 C
Bhubaneswar
Saturday, April 27, 2024
Homeଓଡିଶାବେପରୁଆ ଗାଡ଼ି ଚାଳନା କରି ବନ୍ଧା ହେଲେ ଡ୍ରାଇଭର

ବେପରୁଆ ଗାଡ଼ି ଚାଳନା କରି ବନ୍ଧା ହେଲେ ଡ୍ରାଇଭର

ଭୁବନେଶ୍ୱର: ଟ୍ରକ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଲନା ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମଞ୍ଚେଶ୍ୱର ଥାନା ପୁଲିସ ବେପରୁଆ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ କେଶବ ରାଉତ। ତାଙ୍କ ଘର କଟକ ଜିଲା ମାହାଙ୍ଗ ଅଞ୍ଚଳରେ । ବନ୍ଧା ହେଲେ ଡ୍ରାଇଭର । ସୂଚନାଯୋଗ୍ୟ ଯେ, ତା.୦୪.୦୪.୨୦୨୩ ରିଖ ସକାଳେ ଅଭିଯୋଗକାରୀଙ୍କ ପୁତୁରା ଘରୁ ସାଇକେଲ ନେଇ ପାଣ୍ଡରା ଛକ ଅଭିମୁଖେ ଯାଉଥିବା ସମୟରେ ଅଟୋ ସୋରୁମ ସମୁଖରେ କେଶବ ବେପରୁଆ ଭାବେ ଏକ ଟାଟା ଟ୍ରକକୁ ଦ୍ରୁତଗତିରେ ଚଲାଇ ତାଙ୍କ ସାଇକେଲକୁ ପଛପାଖରୁ ଜୋରଦାର ଧକା ଦେଇଥିଲେ ।

ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅଭିଯୋଗକାରୀଙ୍କ ପୁତୁରାଙ୍କୁ ପିସିଆର କର୍ମଚାରୀ ମାନେ ଚିକିତ୍ସା ଲାଗି ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, ଏବଂ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍‌ଯୁ ହୋଇଯାଇଥିଲା । ଘଟଣାର ଅଭିଯୋଗ ପରେ ମଞ୍ଚେଶ୍ୱର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ କେଶବ ଙ୍କୁ ଗିରଫ କରିଥିବା ବେଳେ ଦୁର୍ଘଟଣାରେ ଘଟାଇଥିବା ସମ୍ପୃକ୍ତ ଟାଟା ଟ୍ରକକୁ ମଧ୍ୟ ଜବତ କରିଛନ୍ତି । ତଦନ୍ତ ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking