39.1 C
Bhubaneswar
Tuesday, April 23, 2024
Homeଓଡିଶାଚଳଚଞ୍ଚଳ ରଥଖଳା

ଚଳଚଞ୍ଚଳ ରଥଖଳା

ପୁରୀ : ଚଳଚଞ୍ଚଳ ରଥଖଳା । ଆଜି ତିନିରଥର ଦଣ୍ଡା ଫ୍ରେମ ର ବିଭିର୍ଣ୍ଣ ଅଂଶ ଗୁଡିକର ନମ୍ବରିଂ କରାଯାଇ କଳଶା ଗାରିଆ କାର୍ଯ୍ୟ ପରେ ଦଣ୍ଡାରେ ସଂଯୋଗ ହୋଇଥିବା ବିଭିନ୍ନ ଅଂଶ ଗୁଡିକରେ ଲାଗିଥିବା ଗୁଜ, ଜଳଯନ୍ତ୍ର ଖୋଲାଯାଇ କୁଡୁକା ଇତ୍ୟାଦିରେ କାପ, କଳଶା, ବିନ୍ଧ କାର୍ଯ୍ୟ ଜାରୀରହିଥିଲା । ତାଳଧ୍ୱଜ ରଥର ଦଣ୍ଡା ଫ୍ରେମ ରେ କଳଶା କାର୍ଯ୍ୟ ସହ ତାଳଧ୍ୱଜ ରଥର ପୋଟଳ ଓରା, ପୋଟଳ ପାରେଣି ରେ ବିନ୍ଧ କାର୍ଯ୍ୟ ଶେଷ ହୋଇ ଭୂଇଁ ଖମ୍ବିରେ ଶାଳ କାର୍ଯ୍ୟ ଶେଷ ହୋଇଛି । ଏଥିସହ ଗୋଟିଏ ଢମକ ଏବଂ ଗୋଟିଏ ଚାର ପରିଛା ର ଚଉପଟ କାର୍ଯ୍ୟ ଜାରି ରହିଛି । ଏଥିସହ ଦର୍ପଦଳନ ରଥର ଦଣ୍ଡା ଫ୍ରେମ ର ନମ୍ବରିଂ ପରେ କଳଶା ଗାରିଆ କାର୍ଯ୍ୟ ହୋଇ ବିଭିନ୍ନ ଅଂଶ ରେ କାପ, କଳଶା କାର୍ଯ୍ୟ ଜାରୀରହିଛି । ତଥା ଦର୍ପଦଳନ ରଥର ପୋଟଳ ଓରା, ପୋଟଳ ପାରେଣି ରେ ବିନ୍ଧ କାର୍ଯ୍ୟ ଶେଷ ହେବା ସହ ପ୍ରଥମ ଏବଂ ଦ୍ୱିତୀୟ ଭୂଇଁ ଖମ୍ବୀ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ଦେବୀ ରଥର ତିନି ଗୋଟି ଢମକ ଏବଂ ଏକଗୋଟି ଚାର ପରିଛା ର ଚଉପଟ କାର୍ଯ୍ୟ ଚାଲୁଅଛି । ଅନ୍ୟପଟେ ନନ୍ଦିଘୋଷ ରଥର ଦଣ୍ଡା ଫ୍ରେମ ର ବିଭିନ୍ନ ଅଂଶ ଗୁଡିକର କଳଶା ଗାରିଆ ହୋଇ କାପ, କଳଶା, ବଳକା ଅଂଶ କଟା, ବିନ୍ଧ କାର୍ଯ୍ୟ ସହ ନମ୍ବରିଂ ହୋଇଅଛି, ଏହି କାର୍ଯ୍ୟ ଶେଷ ପରେ ଦଣ୍ଡା ପ୍ରେମ ରେ ସମସ୍ତ ଅଂଶ ଖୋଲାଯାଇ ସାଇତା ଯିବ । ଅଖକୁ ଦଣ୍ଡା ଉଠିଲା ପରେ ଦଣ୍ଡା ଫ୍ରେମ ପୁନଃ ଖଞ୍ଜାଯିବ । ଏଥି ସହ ନନ୍ଦିଘୋଷ ରଥର ଦୁଇଟି ବଡ଼ ପୋଲ ଗୟଳ ର ହଣା କାର୍ଯ୍ୟ ପରେ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏକଗୋଟି ଚାର ପରିଛା, ଏକଗୋଟି ଢମକ ର ଚଉପଟ କାର୍ଯ୍ୟ ଜାରି ରହିଛି ।

ନନ୍ଦିଘୋଷ ରଥର ପୋଟଳ ଓରା ,ପୋଟଳ ପାରେଣି ର ବିନ୍ଧ କାମ ଶେଷ ହେବା ସହ ଭୂଇଁ ଖମ୍ବି ରେ ସାଲ କାର୍ଯ୍ୟ ଶେଷ ହୋଇଛି । ଆଜି ତିନିରଥର ମୂଖ୍ୟ ରୂପକାର ସେବକ ମାନେ ଅନୁକୂଳ ପୂଜା ପରେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । କରତି ସେବକ ମାନେ ଦର୍ପଦଳନ ରଥର ବଡ଼ ପୋଲ ଗୟଳ ର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । କମାର ଶାଳରେ ତିନିରଥର ଓଝା ସେବକ ମାନେ ତିନିରଥର ଚାରି ନାହାକା ପାଇଁ ଚଣାକ କଣ୍ଟା ଯୋଖା କଣ୍ଟା ନିର୍ମାଣ ଜାରୀ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking