30.1 C
Bhubaneswar
Friday, April 26, 2024
Homeଓଡିଶାକର କ୍ଲିନିକ୍‌କୁ ନ ଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

କର କ୍ଲିନିକ୍‌କୁ ନ ଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଛି | ଏହି ରୋଗୀ ଜଣଙ୍କ ଭୁବନେଶ୍ୱରସ୍ଥ କର କ୍ଲିନିକ୍‌କୁ ଯାଇଥିଲେ। ସେଥିପାଇଁ ଭୁବନେଶ୍ୱର ସ୍ଥିତ କର କ୍ଲିନିକ୍‌କୁ ନ ଯିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ବ୍ୟକ୍ତି ଜଣକ ପ୍ରଥମେ ମାର୍ଚ୍ଚ ୨୧ ତାରିଖରେ କର କ୍ଲିନିକ୍ ଯାଇଥିଲେ। ପରେ ୨୪ ତାରିଖରେ ସେଠାରେ ଆଇସିୟୁରେ ଗୋଟିଏ ଦିନ ରହିଥିଲେ। ତେଣୁ ତାଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖିବାକୁ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ତୃତୀୟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର। ତାଙ୍କ ବୟସ ୬୦ ବର୍ଷ। ଏହା ସହିତ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚି ଯାଇଛି ଓ ସମସ୍ତେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି।
https://onakhabar.com/2020/03/26/one-more-corona-patient-established-at-bhubaneswar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking