31.1 C
Bhubaneswar
Friday, March 29, 2024
Homeଓଡିଶାଭାରତରେ କରୋନାରେ  ମୃତ୍ୟୁ ସଂଖ୍ୟା ୨୦ ପହଁଚିଲା

ଭାରତରେ କରୋନାରେ  ମୃତ୍ୟୁ ସଂଖ୍ୟା ୨୦ ପହଁଚିଲା

ନୂଆଦିଲ୍ଲୀ : ଭାରତରେ କରୋନାରେ  ମୃତ୍ୟୁ ସଂଖ୍ୟା ୨୦ରେ ପହଁଚିଲା  | ଗତକାଲି  ଦେଶବ୍ୟାପି ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଭାରତ ପାଇଁ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ଭାରତରେ ଗୁରୁବାର ସକାଳ ୭ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚି ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭ ହୋଇଛି । ରିପୋର୍ଟ ଅନୁସାରେ ୭୧ ଜଣ ନୂଆଁ ରୋଗୀ ଚିହ୍ନଟ ହୋଇଛନ୍ତି ।
ପୂରା ବିଶ୍ୱରେ ଭାଇରସ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୨  ହଜାର ୨୨୪  ହୋଇଥିବା ବେଳେ ୨୪ ହଜାର ୮୭  ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ୧ ଲକ୍ଷ ୨୩ ହଜାର ୯୯୪ ଜଣ ରୋଗୀ ଭଲ ହୋଇପାରିଛନ୍ତି । ସେହିଭଳି ୩ ଲକ୍ଷ ୮୩ ହଜାର ୭୮୬ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ଏଥିରୁ ୧୯ ହଜାର ୩୫୭ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ।
ଭାରତର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୧୬ ଅଟେ । ସେହିଭଳି ୮୮ଟି ନୂଆ ମାମଲା ସଂପର୍କରେ ସୂଚନା ଦିଆଯାଇଛି । ସେହିପରି ସଂକ୍ରମିତ ସଂଖ୍ୟା ୬୯୪ ବୋଲି ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking