24.1 C
Bhubaneswar
Thursday, May 9, 2024
Homeଓଡିଶାକାନ୍ଥରେ ପିଟିହୋଇ ହରିଣ ମୃତ

କାନ୍ଥରେ ପିଟିହୋଇ ହରିଣ ମୃତ

ଅନୁଗୋଳ : ତାଳଚେର ଫରେଷ୍ଟ ରେଞ୍ଜ୍ କଳମଛୁଇଁ ଗ୍ରାମରେ ଆଜି ସକାଳେ ଏକ ଅଣ୍ଡିରା ହରିଣ କାନ୍ଥରେ ପିଟିହୋଇ ମୃତ୍ୟୁବରଣ କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ହରିଣଟି ନିକଟସ୍ଥ ମହୀତଳା ଜଙ୍ଗଲରୁ ଆସି କଳମଛୁଇଁ ପୁରୁଣାସାହି ଦେଇ କାଳିକାପ୍ରସାଦ ସାହି ଆଡ଼କୁ ଦୌଡୁଥିବା ବେଳେ ଜଣେ ଗ୍ରାମବାସୀଙ୍କ ପାଚେରୀରେ ବାଡେଇ ହୋଇଯାଇଥିଲା । ଫଳରେ ହରିଣଟିର ମୁଣ୍ଡରେ ଆଘାତ ଲାଗିବା ସହ ଘଟଣାସ୍ଥଳରେ ହରିଣର ମୃତ୍ୟୁ ହୋଇଥିଲା ।

ଏହା ଦେଖି ସ୍ଥାନୀୟ ଲୋକମାନେ ତାଳଚେର ଉପଖଣ୍ଡ ବନାଞ୍ଚଳ ଅଫିସକୁ ଜଣାଇଥିଲେ । କିଛି ସମୟ ପରେ ଜଙ୍ଗଲ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଆସି ମୃତ ହରିଣକୁ ଜବତ ସହ ବ୍ୟବଚ୍ଛେଦ ପାଇଁ ତାଳଚେର ନେଇଯାଇଥିଲେ । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ହରିଣଗୁଡ଼ିକ ଖାଦ୍ୟ ଓ ପାନୀୟ ଜଳ ପାଉ ନ ଥିବାରୁ ଗାଁମୁହାଁ ହେଉଛନ୍ତି । ତେଣୁ ହରିଣଗୁଡ଼ିକର ସୁରକ୍ଷା ପାଇଁ ଜଙ୍ଗଲଗୁଡ଼ିକରେ ପର୍ଯ୍ୟାପ୍ତ ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବାକୁ ଦାବି କରାଯାଉଛି । ହରିଣ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ସେମାନଙ୍କର ସୁରକ୍ଷା ପ୍ରତି ଜଙ୍ଗଲ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking