30.1 C
Bhubaneswar
Monday, May 20, 2024
Homeଖେଳଭାରତୀୟ ବକ୍ସିଂ ଟିମ୍ ହାଇପର୍‌ଫର୍ମାନ୍ସ ନିର୍ଦ୍ଦେଶକ ସାଣ୍ଟିଆଗୋଙ୍କ ଇସ୍ତଫା

ଭାରତୀୟ ବକ୍ସିଂ ଟିମ୍ ହାଇପର୍‌ଫର୍ମାନ୍ସ ନିର୍ଦ୍ଦେଶକ ସାଣ୍ଟିଆଗୋଙ୍କ ଇସ୍ତଫା

ନୂଆଦିଲ୍ଲୀ :ଭାରତୀୟ ବକ୍ସିଂ ଟିମ୍‌ର ହାଇପର୍‌ଫର୍ମାନ୍ସ ନିର୍ଦ୍ଦେଶକ ସାଣ୍ଟିଆଗୋ ନିଏଭା ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆ) ଏକ ବିଜ୍ଞପ୍ତିରେ ଏହି ସୂଚନା ଦେଇଛି । ସେ ଅଷ୍ଟ୍ରେଲିଆ ଜାତୀୟ ବକ୍ସିଂ ଟିମ୍‌ର କୋଚ୍ ଭାବେ ଯୋଗେବେ। ୨୦୧୭ରେ ଭାରତୀୟ ଜାତୀୟ ବକ୍ସିଂ ଟିମ୍‌ରେ ଯୋଗ ଦେଇଥିବା ସାଣ୍ଟିଆଗୋ ପ୍ରାଥମିକ ଭାବେ ପୁରୁଷ ବକ୍ସର୍‌ଙ୍କ ସହିତ କାର୍ଯ୍ୟ କରିଥିଲେ । ଭାରତୀୟ ବକ୍ସର୍‌ଙ୍କ ଟ୍ରେନିଂରେ ଉନ୍ନତି ଆଣିବା ସହ ବିଦେଶରେ ଟ୍ରେନିଂ ବେସ୍ ଖୋଜି ସେମାନଙ୍କୁ ଉନ୍ନତ ସ୍ପାରିଙ୍ଗ୍ ଓ ପ୍ରତିଯୋଗିତାର ସୁଯୋଗ ଦେବାରେ ସାଣ୍ଟିଆଗୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ତାଙ୍କ କାର୍ଯ୍ୟକାଳରେ ଭାରତୀୟ ବକ୍ସର୍‌ମାନେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୧୯ ବିଶ୍ୱ ଚାମ୍ପିଅନ୍‌ଶିପ୍ ସମେତ ଅନ୍ୟ ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ଉନ୍ନତ ଫଳାଫଳ ହାସଲ କରିଥିଲେ । ତେବେ ଟୋକିଓ ଅଲିମ୍ପିକ୍ସରେ ଭାରତର ନୈରାଶ୍ୟଜନ ପ୍ରଦର୍ଶନ ପରେ ତାଙ୍କ ଉପରେ ମହାସଂଘ ଖପ୍ପା ଥିଲା । ମାତ୍ର ପରେ ତାଙ୍କ ଚୁକ୍ତିକୁ ଏକ ବର୍ଷ ବୃଦ୍ଧି କରାଯାଇଥିଲା । ଟୋକିଓ ଅଲିମ୍ପିକ୍ସ ପରେ ଚୁକ୍ତି ନବୀକରଣ ନହେବାରୁ ପୂର୍ବରୁ ମହିଳା ଟିମ୍‌ର ହାଇପରଫର୍ମାନ୍ସ ନିର୍ଦ୍ଦେଶକ ଇଟାଲୀର ରାଫେଲ୍‌ଽଗୋମାସ୍କୋ ପଦରୁ ଇସ୍ତଫା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking