28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦିନ ଏମିତି ଆସିବ, ଦେଶର ନାଁ ନରେନ୍ଦ୍ର ମୋଦୀ ରଖା ହୋଇଯିବ : ମମତା ବାନାର୍ଜୀ

ଦିନ ଏମିତି ଆସିବ, ଦେଶର ନାଁ ନରେନ୍ଦ୍ର ମୋଦୀ ରଖା ହୋଇଯିବ : ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ କୋଲକାତାରେ କୋଭିଡ ୧୯ ଟୀକାକରଣ ପ୍ରମାଣ ପତ୍ର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋଥିବା ଦେଖି ତାଙ୍କୁ କଟାକ୍ଷ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ, ଏମିତି ଏକ ଦିନ ଆସିବ ଦେଶର ନାଁ ନରେନ୍ଦ୍ର ମୋଦୀ ରଖା ହୋଇଯିବ । । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ-ଶାହାଙ୍କ ‘ମଡେଲ ରାଜ୍ୟ’ ଗୁଜୁରାଟରେ ପ୍ରତିଦିନ ବଳାତ୍କାରର ଓ ହତ୍ୟା ର ୪-୪ ଟି ଘଟଣା ସମାନାକୁ ଆସୁଛି ।

ମମତା ବାନାର୍ଜୀ କହିଛନ୍ତି , ଅମିତ ଶାହା ଓ ନରେନ୍ଦ୍ର ମୋଦୀ ୨ ସିଣ୍ଡିକେଟ ମନ୍ତ୍ରୀ ଯିଏ ପଶ୍ଚିମବଙ୍ଗ ଆସି ମିଛ କହୁଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ପଦକୁ ମମ୍ମାନ କରନ୍ତି । କିନ୍ତୁ ଜଣେ ପ୍ରଧାନମନ୍ତ୍ରୀଙ୍କୁ ମିଛ କହୁଥିବା ଦେଖିବା ବହୁତ ଆଶ୍ଚର୍ଯ୍ୟଜନକ ।

ସେ କହିଛନ୍ତି ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦୀ ରଖାଯାଇଛି, କୋଭିଡ-୧୯ ଟୀକାକରଣ ପ୍ରମାଣପତ୍ର ଉପରେ ନେରେନ୍ଦ୍ର ମୋଦୀଙ୍କ ଫଟୋ ଲଗାଯାଇଛି , ସେହିପରି ଦେଶର ନାଁ ମଧ୍ୟ ତାଙ୍କ ନାଁରେ ରଖିଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking