29.1 C
Bhubaneswar
Saturday, April 27, 2024
HomeUncategorizedଅଯୋଦ୍ଧ୍ୟାରେ ନିର୍ମାଣ ହେବ ଶ୍ରୀରାମ ବିଶ୍ୱବିଦ୍ୟାଳୟ

ଅଯୋଦ୍ଧ୍ୟାରେ ନିର୍ମାଣ ହେବ ଶ୍ରୀରାମ ବିଶ୍ୱବିଦ୍ୟାଳୟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବେ ଅଯୋଦ୍ଧ୍ୟାରେ ଭଗବାନ ଶ୍ରୀରାମ ବିଶ୍ୱ ବିଦ୍ୟାଳୟ ନିର୍ମାଣ କରିବକୁୁ ଯୋଜନା କରୁଛନ୍ତି । ଏହି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟରେ ଶ୍ରୀ ରାମଙ୍କର ସଂମ୍ବନ୍ଧିତ ସଂସ୍କୃତି, ଶାସ୍ତ୍ର, ବିଶ୍ୱାସ ଓ ଧାର୍ମିକ ତଥ୍ୟ ଉପରେ ଗବେଷଣା କରାଯିବ । ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ସୂଚନା ଅନୁସାରେ , ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱରେ ଶ୍ରୀରାମଙ୍କ ଜିବନୀ ଏବଂ ସିଦ୍ଧାନ୍ତକୁ ପ୍ରସ୍ତୁତ କରାଯିବ । ଏଠାରେ ହିନ୍ଦୁ ଧର୍ମ ଓ ସଂସ୍କୃତି ଉପରେ ଅଧ୍ୟୟନ କରାଯିବ ।

ଏହି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟର ନିର୍ମାଣ ରାଜ୍ୟ ସରକାରଙ୍କ ଦ୍ୱାରା କରାଯିବ । ଅଯୋଦ୍ଧ୍ୟାରେ ସନ୍ଥ ଓ ସାଧୁ ମାନେ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ରାମ ମନ୍ଦିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ବିଶ୍ୱବିଦ୍ୟାଳୟର ଅଧ୍ୟୟନ ମାଧ୍ୟମରେ ଯୁବପିଢୀଙ୍କୁ ଭଗବାନ ରାମ ଓ ହିନ୍ଦୁ ସଂସ୍କୃତି ସହ ପରିଚୟ କରାଯିବ । ଏହି ପସ୍ତାବକୁ ସ୍ୱାଗତ କରି ମହନ୍ତ ପରମହଂସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପତ୍ର ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking