30.3 C
Bhubaneswar
Friday, June 19, 2026
Homeଓଡିଶାବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ

ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ

ଯାଜପୁର: ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ କହିଲେ ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସମସ୍ୟା ରହୁଛି ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଓ ବିଧାୟକଙ୍କୁ ଅବଗତ କରାଇଲେ ଯଥାଶୀଘ୍ର ଏହାର ସମାଧାନ ହୋଇପାରିବ। କୃଷ୍ଣଦାସପୁର ରତ୍ନଗିରି ରୋଡ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବରୁଆଁ – ବାଲିଚନ୍ଦ୍ରପୁର ରାସ୍ତାରେ ଦୁର୍ଘଟଣା ଘଟୁଥିବାରୁ ଏହାର ମରାମତି ଦରକାର । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ମେଗା ପାନୀୟ ଜଳ ପ୍ରକଳ୍ପ ତୁରନ୍ତ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ହରିଜନ ଆଦିବାସୀ ଲୋକଙ୍କ ଉପରେ ଜୁଲମ ନକରିବାକୁ ଟି.ପି.ଏନ୍.ଓ.ଡି.ଏଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏନ୍.ଏଚ କଡ଼ରେ ପ୍ରାକୃତିକ ଡ୍ରେନ ଗୁଡିକ ଓ କାଡା କେନାଲ ପୋତି ହୋଇଯାଇଥିବାରୁ ତୁରନ୍ତ ଡ୍ରେନ ଗୁଡ଼ିକୁ ଖୋଳି ସଫା କରିବାକୁ ଡ୍ରେନେଜ୍ ଓ କାଡ଼ା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଡ଼ୁବୁରୀ – ଚଣ୍ଡିଖୋଲ ଓ ଚଣ୍ଡିଖୋଲ – ପାରାଦୀପ ରାସ୍ତାକାମ ଶୀଘ୍ର ଶେଷ କରିବାକୁ ଏନ୍.ଏଚ.ଏ.ଆଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ବେଆଇନ ମାଙ୍କଡ଼ା ପଥର, ମୋହରମ୍ ଓ ବାଲି ଚୋରି ଉପରେ ଚଢାଉ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଉପ ନିର୍ଦ୍ଦେଶକ ମାଇନର ମିନେରାଲ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସିଜ୍ ହୋଇଥିବା ବାଲିର ଷ୍ଟାଟସ୍ ସମ୍ପର୍କରେ ପଚାରି ବୁଝିଥିଲେ।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ସବ୍ ସେଣ୍ଟର୍ ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ୨୨ ଟି ସବ୍ ସେଣ୍ଟର୍ ଭଡ଼ାଘରେ ଚାଲୁ ଥିବାରୁ ଓ ମେଡିକାଲ ଷ୍ଟାଫ କ୍ୱାଟର ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ସି.ଡି.ଏମ. ଓ ଙ୍କୁ ପରାମର୍ଶ ଦେଇଥିଲେ। କୃଷି ସମ୍ପର୍କୀୟ ବିଭିନ୍ନ ଯୋଜନା ଗୁଡିକ କୃଷକ ଶିବିର ଓ ମାଇକ ଯୋଗେ ଚାଷୀଙ୍କୁ ସଚେତନ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହିତାଧିକାରୀ ଚୟନ ଠିକ୍ ଭାବରେ କଲେ ଲୋକଙ୍କ ପାଖରେ ସୁଫଳ ପହଞ୍ଚିପରିବ। ଏହି ବୈଠକରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଜନ କଲ୍ୟାଣ ଯୋଜନାର ଅଗ୍ରଗତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ,କୃଷି, ସ୍ବାସ୍ଥ୍ୟ, ଜଳସେଚନ, ମାଇନର ଇରିଗେସନ୍, ଉଠା ଜଳସେଚନ, , ମିଶନ ଶକ୍ତି, ପ୍ରାଣୀ ଚିକିତ୍ସା, ଦକ୍ଷତା ବିକାଶ, ବିଦ୍ୟୁତ, ମତ୍ସ୍ୟ, ବୟନଶିଳ୍ପ, ହସ୍ତଶିଳ୍ପ, କ୍ରୀଡା, ଯୋଗାଣ, ପର୍ଯ୍ୟଟନ, ସଂସ୍କୃତି, ଜଙ୍ଗଲ, ଖଣି, ମାଇନର ମିନେରାଲ, ପରିବହନ, ନିର୍ମାଣ ଶ୍ରମିକ, ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲାପାଳ ସ୍ବାଗତ ସୂଚନା ପ୍ରଦାନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ, ଉପ ନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ସୁଶ୍ରୀ ଅର୍ଚ୍ଚିତା ଦାସ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking