34.1 C
Bhubaneswar
Saturday, April 27, 2024
Homeଓଡିଶାପୋଖରୀରେ ବୁଡି ଶିଶୁ ମୃତ

ପୋଖରୀରେ ବୁଡି ଶିଶୁ ମୃତ

ସୋର: ସୋର ବ୍ଲକ୍ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ ଗ୍ରାମରେ ପୋଖରୀରେ ବୁଡ଼ି ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଗ୍ରାମର ଯୋଗେଶ୍ୱର ସିଂଙ୍କ ପୁଅ ରୁଦ୍ରପ୍ରତାପ ସିଂ ଖେଳୁଥିବାବେଳେ ଘର ବାଡ଼ିରେ ଥିବା ଏକ ପୋଖରୀରେ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ପୋଖରୀରେ ଖୋଜାଖୋଜି କରିବା ପରେ ତାଙ୍କୁ ପାଇଥିଲେ । ସେଠାରୁ ତୁରନ୍ତ ସୋର ମେଡିକାଲକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ମେଡିକାଲରେ ପହଞ୍ଚି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking