42.1 C
Bhubaneswar
Saturday, April 27, 2024
Homeଓଡିଶାବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାରାଗାର ପରିସରରେ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କଏଦୀ ଜଣକ ହେଲେ ସଦର ଥାନା ଅନ୍ତର୍ଗତ କାଠବାରି ପଞ୍ଚାୟତର ବୋଧବାହାଳି ଗ୍ରାମରେ ଅଜୟ ଦାସ(୨୫) । ସେ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ ମାସ ହେବ କେନ୍ଦୁଝର ଜେଲରେ ବିଚାରଧୀନ କଏଦୀ ଭାବେ ଥିଲେ । ତେବେ ଅଜୟ ଜେଲ୍ ପରିସରରେ ପାଇଖାନା ଟାଙ୍କିରେ ସଂଯୋଗ ଥିବା ଏକ ପାଇପ୍‌ରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଜେଲ ୱାର୍ଡର ତାଙ୍କୁ ଦେଖି ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପୁରୁଷ ଭେଷଜ ୱାର୍ଡରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅପରାହ୍ନ ୩ଟାରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଜେଲ ଭିତରେ ସୁରକ୍ଷାରେ ଅବହେଳା ପାଇଁ ଅଘଟଣ ଘଟିଛି ନା ଅନ୍ୟ କେଉଁ କାରଣରୁ ଏହା ଘଟିଛି ତାହା ତଦନ୍ତ ହେଲେ ଜଣାପଡ଼ିବ । ଜେଲରେ ସୁରକ୍ଷା ତ୍ରୁଟି ପାଇଁ ଏପରି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଜେଲ ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking