42.1 C
Bhubaneswar
Saturday, April 27, 2024
Homeଓଡିଶାନିର୍ବାଚନ ପ୍ରସ୍ତୁତି; ରବିବାର ଛାତ୍ରବିଜେଡିର ବୈଠକ

ନିର୍ବାଚନ ପ୍ରସ୍ତୁତି; ରବିବାର ଛାତ୍ରବିଜେଡିର ବୈଠକ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଛାତ୍ରବିଜେଡି । ଏଥିପାଇଁ ଆସନ୍ତା ୨୪ ତାରିଖ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶଙ୍ଖଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ୱାବଧାନ ଏବଂ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ନେତୃତ୍ୱରେ ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ବୈଠକରେ ମୁଖ୍ୟତଃ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ତୃଣମୂଳ ସ୍ତରରୁ ଦଳର ସଂଗଠନ ସୁଦୃଢ଼ କରିବା ସହ ଦଳ କିପରି ବିପୁଳ ବିଜୟ ଲାଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଯିବ ସେହିପ୍ରସଙ୍ଗରେ ଗୁରୁମନ୍ତ୍ର ନେବେ । ତତ୍ ସହିତ ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡିଆରେ କିପରି ଅଧିକ କ୍ରିୟାଶୀଳ ହେବେ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯିବ । ଆଗାମୀ ସଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଛାତ୍ରବିଜେଡି ଏହି ବୈଠକ ଅୟୋଜନ କରିବା ସହ ସମସ୍ତ କର୍ମକର୍ତ୍ତାଙ୍କୁ ସଶକ୍ତ ବାର୍ତ୍ତା ମାଧ୍ୟମରେ ନିର୍ବାଚନ ରଣାଙ୍ଗନ ପାଇଁ ପ୍ରସ୍ତୁତ କରିବ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ୍ ସଭାପତି ଏବଂ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking