33.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗବ୍ରିଟେନ ଫେରନ୍ତାଙ୍କ ହେବ ଯାଂଚ

ବ୍ରିଟେନ ଫେରନ୍ତାଙ୍କ ହେବ ଯାଂଚ

ନୂଆଦିଲ୍ଲୀ: ବ୍ରିଟେନରୁ ମିଳିଥିବା ନୂଆ କରୋନା ଷ୍ଟ୍ରେନ ନେଇ କେନ୍ଦ୍ର ଏକ ତାଜା ସୂଚନା ପ୍ରଦାନ କରିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ । ବ୍ରିଟେନରୁ ଯେଉଁ ନୂଆ ଷ୍ଟ୍ରେନ ମିଳିଛି, ତାହା କେବଳ ସଂକ୍ରମଣ ବଢାଉଛି । ସଂକ୍ରମଣ କରାଇଲେ ବି ରୋଗୀ ବିଶେଷ ଭାବରେ ଗୁରୁତର କରୁନାହିଁ । ଏହା କମ୍ ଘାତକ ହୋଇଥିବା ବେଳେ ଏହାଦ୍ୱାରା ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା କମ୍ । ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଏଯାବତ ଭାରତରେ ମିଳିନାହିଁ । ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ପ୍ରତି କଡା ନଜର ରଖାଯାଇଛି । ଆଉ ସେମାନଙ୍କର ଆରଟିପିସିଆର ପରୀକ୍ଷା ବି ବାଧ୍ୟତାମୂଳକ । ଯଦି କେହି ପଜିଟିଭ ବାହାରନ୍ତି ହସ୍ପିଟାଲ ଆଉ ନେଗେଟିଭ ବାହାରିଲେ ଆଇସୋଲେସନରେ ଯିବେ । ନଭେମ୍ବର ୨୫ରୁ ଡିସେମ୍ବର ୨୨ ମଧ୍ୟରେ ଆସିଥିବା ସମସ୍ତ ଯାତ୍ରୀଙ୍କ ଯାଂଚ ହେବ । ବ୍ରିଟେନରୁ ବା ବ୍ରିଟେନ ଦେଇ ଆସିଥିବା ଯାତ୍ରୀମାନଙ୍କ ଯାଂଚ କରାଯିବ । ଇମିଗ୍ରେସନ ସହାୟତାରେ ସମସ୍ତ ଯାତ୍ରୀଙ୍କ ତାଲିକା ରାଜ୍ୟମାନଙ୍କୁ ଦିଆଯିବ । ତାଲିକା ଅନୁସାରେ ରାଜ୍ୟ ସରକାର ସଂପୃକ୍ତ ଯାତ୍ରୀମାନଙ୍କ ଯାଂଚ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking