32.1 C
Bhubaneswar
Saturday, May 18, 2024
Homeଓଡିଶାସାଂସଦ ଅପରାଜିତା ଷଡଙ୍ଗୀ ଅପିଂସର୍ସ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ

ସାଂସଦ ଅପରାଜିତା ଷଡଙ୍ଗୀ ଅପିଂସର୍ସ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯାଜପୁର ଜିଲା ଗସ୍ତ ସାରିବା ପରେ ଅପିଂସର୍ସ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ ଜିଲାରେ ରହିଥିବା ପ୍ରାକୃତିକ ସଂପଦ ଭରପୁର ରହିଥିବା ବେଳେ ଜିଲାରେ ବିକାଶ ହେଉନଥିବା ଅଭିଯୋଗ କରିଥିଲେ । ଡି ଏମ ଏପଂ ଅର୍ଥ ବଡଚଣା ଓ ଧର୍ମଶାଳା ବ୍ଲକରେ କାହିଁକି ଖର୍ଚ୍ଚ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ । ବିଶେଷ କରି ଧର୍ମଶାଳା ବ୍ଲକ ଡଙ୍କାରି ଅଂଚଳରେ ହେଉଥିବା ଲୁଟ ସଂପର୍କରେ ପ୍ରଶାସନର କୌଣସି ନଜର ନଥିବା ଭଳି ମନେ ହେଉଛି । ସେହିପରି ଧର୍ମଶାଳା ବ୍ଲକରେ ଜଣେ କନିଷ୍ଠ ଯନ୍ତ୍ରୀ ଦୀର୍ଘ ୧୨ ବର୍ଷ ଧରି ରହିବା ଏବଂ ବନ୍ୟା ସମୟରେ ସୃଷ୍ଟି ହୋଇଥିବା କୁତ୍ରିମ ଘାଇରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଭୁମିକା ଥିବା ସେ ଅଭିଯୋଗ କରିଛନ୍ତି । ଯାଜପୁର ଜିଲାବାସୀଙ୍କ ସମସ୍ୟା ଶୁଣିବାକୁ କେହି ନାହାଁନ୍ତି । ନାଁ ସେମାନଙ୍କ କଥା ପ୍ରଶାସନ ଶୁଣୁଛି ନା ଲୋକପ୍ରତିନିଧି ଶୁଣୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଯାଜପୁର ବିରଜା କ୍ଷେତ୍ରକୁ ଆସିବାକୁ ଥିବା ରେଳ ପ୍ରକଳ୍ପ ଦାବୀକୁ ଠିକ୍ ଭାବେ କେନ୍ଦ୍ରସରକାରଙ୍କ ନିକଟରେ ଉପସ୍ଥାପିତ ହୋଇପାରିନାହିଁ । ଯାହାପଂଳରେ ଏହି ପ୍ରକଳ୍ପ ହେବାରେ ବିଳମ୍ବ ଘଟୁଛି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking