29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଧାନ ଉଠାଣ ଦାବି, ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ

ଧାନ ଉଠାଣ ଦାବି, ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ

ଭବାନୀପାଟଣା,୨୨।୧୨/ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ର ବିଭିନ୍ନ ମଣ୍ଡି ରେ ଚାଷୀ ମାନଙ୍କ ଧାନ ସବୁ ପଡି ରହିଥିବା ବେଳେ ମଣ୍ଡି ରୁ ଧାନ ଉଠିପାରୁ ନଥିବା ରୁ ଚାଷୀ ମାନଙ୍କ ମଧ୍ୟ ରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏଭଳି ଏକ ଘଟଣା ଘଟିଯାଇଛି ଧର୍ମଗଡ ବ୍ଲକ ଅନ୍ତର୍ଗତ ଖଇରପଦର ମଣ୍ଡି ରେ । ଚାଷୀ ଙ୍କ ଧାନ ନଉଠିବାରୁ ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଛନ୍ତି ଚାଷୀ ।
ଧର୍ମଗଡ ଉପଖଣ୍ଡ୍ ଠାରୁ ମାତ୍ର ୪ କିମି ଦୁର ରେ ଥିବା ଖଇରପଦର ମଣ୍ଡି ରେ ବର୍ଷ କୁ ଦୁଇଥର ପ୍ୟାକ୍ସ ଜରିଆରେ ଧାନ କିଣାଯାଇଥାଏ । ଏବଂ ପ୍ରତି ବର୍ଷ ଏହି ମଣ୍ଡି ରେ ଚାଷୀ ଙ୍କ ସମସ୍ୟା କୁ ନେଇ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶିତ ହେଲା ପରେ ପ୍ରଶାସନ ତରଫ ରୁ ଧାନ ଉଠାଯାଇଥାଏ । କିନ୍ତୁ ପ୍ରଶାସନ ତରଫ ରୁ କେବେ ମଣ୍ଡି ସମୟ ରେ ସ୍ଥାୟି ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାରୁ ପୁଣି ଥରେ ବିଗତ ବର୍ଷ ମାନଙ୍କ ଭଳି ଉତ୍ୟକ୍ତ ଚାଷୀ ମାନେ ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ପକାଇଛନ୍ତି ।
ଖଇରପଦର ମଣ୍ଡି ରେ ଖଇରପଦର,ସରଧାପୁର,ଗମ୍ଭାରିଗୁଡା ର ଚାଷୀ ମାନେ ଧାନ ବିକ୍ରି କରନ୍ତି । ଏହି ମଣ୍ଡି ଗତ ଗତମାସ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ୧୧୪ ଜଣ ଚାଷୀ ୮୮୭୬.୦୮ କ୍ୱିଣ୍ଟାଲ ଧାନ ପ୍ୟାକ୍ସ ରେ ବିକ୍ରୀ କରିଛନ୍ତି । ବିକ୍ରି ହୋଇଥିବା ଧାନ ସବୁ ଦଲାଲ ଦ୍ୱାରା ଅଣାଯାଇଥିବା ଧାନ ବୋଲି ଚାଷୀ ମାନେ ଅଭିଯୋଗ କରିବା ସହିତ ପ୍ରକୃତ ଚାଷୀ ଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଧାନ କିଣୁନଥିବା ଚାଷୀ ମାନେ କହିଛନ୍ତି । ଗତ ୯ ତାରିଖ ଦିନ ଚାଷୀ ସନତ କୁମାର ପାତ୍ର ୨୬୦ ବ୍ୟାଗ, ଗତ ୧୦ ତାରିଖ ଦିନ ଶ୍ୟାମସୁନ୍ଦର ସାହୁ ୨୦୪ ବ୍ୟାଗ, ୧୩ ତାରିଖ ଦିନ କାଳିୟଗଞନ ପଣ୍ଡା ୩୦୦ ବ୍ୟାଗ , ଗତ ୧୬ ତାରିଖ ଦିନ ଚିନ୍ମୟ କଲୁମାର ପାତ୍ର ୨୩୦ ବ୍ୟାଗ ଧାନ ଟୋକନ ପାଇ ମଣ୍ଡି କୁ ବିକ୍ରିକରିବାକୁ ଆଣିଥିଲେ । କିନ୍ତୁ ଏହି ଚାଷୀ ମାନଙ୍କୁ ଆଦ୍ରତା ବାହାନା କରି ସେମାନଙ୍କ ଧାନ ନଉଠାଇ ଦଲାଲା ଦ୍ୱାରା କିଣାଯାଇଥିବା ଧାନ କୁ କ୍ରୟ ଅଧିକାରୀ କ୍ରୟ କରିଥିଲେ ବୋଲି ଏହି ଚାଷୀ ମାନେ ଅଭିଯୋଗ କରିଛନ୍ତି ।
ଏପରି କି ନିୟନ୍ତ୍ରିତ ବଜାର କମିଟି ତରଫରୁ ଚାଷୀ ମାନଙ୍କୁ ତାରପୋଲିନ,ପାଣିବ୍ୟବସ୍ଥା, ଲାଇଟ ବ୍ୟବସ୍ଥା ଓ ଆବଶ୍ୟକିୟ ଧାନ ବସ୍ତା ଯୋଗାଇଦେବା ପାଇଁ ସରକାରୀ ନିୟମ ରହିଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଫଳରେ ଏଠାରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚାଷୀ ଙ୍କ ଧାନ ଚୋରି ହେଉଥିବା ମଧ୍ୟ ଚାଷୀ ସନତ ପାତ୍ର,କାଳିୟ ଗଂଜନ ପଣ୍ଡା, ଚିନ୍ମୟ ପାତ୍ର ଶ୍ୟାମସୁନ୍ଦର ସାହୁ ଅଭିଯୋଗ କରିଛନ୍ତି । ମଣ୍ଡି ରେ ଥିବା ଆନୁସାଂଗିକ ସୁବିଧା ଉପରେ ମଣ୍ଡି ଦାୟିତ୍ୱ ରେ ଥିବା ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସତ୍ୟବାନ ନାଏକ ଙ୍କୁ ପଚାରିବାରୁ ତାରପୋଲିନ ଓ ବସ୍ତା ପ୍ୟାକ୍ସ ଅଧିକାରୀ ଙ୍କୁ ଦିଆଯାଇଛି ସେ କାହାକୁ ବ।ଣ୍ଟିଛନ୍ତି ଏହା ସେ କହି ପାରିବେ ନାହି ବୋଲି କହିଥିଲେ କିନ୍ତୁ ପ୍ରକୃତ ପକ୍ଷେ ଚାଷୀ ଏହା ପାଇନାହାନ୍ତି ବୋଲି ଚାଷୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking