28.9 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗନୂଆ ଭାଇରସ ଷ୍ଟ୍ରେନ ନେଇ ଚିନ୍ତାରେ ଚେନ୍ନାଇ ପ୍ରଶାସନ

ନୂଆ ଭାଇରସ ଷ୍ଟ୍ରେନ ନେଇ ଚିନ୍ତାରେ ଚେନ୍ନାଇ ପ୍ରଶାସନ

ନୂଆଦିଲ୍ଲୀ: ଏବେ ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ସମୟରେ ପୁଣି ଏକ ଚିନ୍ତାକର ବିଷୟ ସାମ୍ନାକୁ ଆସିଛି । ତାହା ହେଲା ଚେନ୍ନାଇରେ ୟୁକେରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ତାମିଲନାଡୁ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁନାଇଟେଡ କିଙ୍ଗଡମରେ ଏବେ କରୋନାର ନୂଆ ପ୍ରକାର ସାମ୍ନାକୁ ଆସିଛି । ନୂଆ ଷ୍ଟ୍ରେନ ନେଇ ଏବେ ବିଦେଶ ଯାତ୍ରା ଉପରେ କଟକଣା ଲଗାଯାଇଛି । ସେଠାକୁ ଯିବା ଏବଂ ସେଠାରୁ ଆସିବା ଉପରେ ଲାଗିଛି କଟକଣା । ମିଳିଥିବା ସୂଚନା ଅନୁଯାୟୀ, ସେହି ବ୍ୟକ୍ତି ଜଣକ କିଛି ଦିନ ପୂର୍ବରୁ ୟୁକେରୁ ଦିଲ୍ଲୀ ଦେଇ ଚେନ୍ନାଇ ଫେରିଥିଲେ । ସେ ବର୍ତମାନ କିଙ୍ଗସ ଇନଷ୍ଟିଚ୍ୟୁଟରେ ଭର୍ତି ହୋଇଥିବା ବେଳେ କ୍ୱାରେଣ୍ଟିନରେ ରହିଛନ୍ତି । ପ୍ରଶାସନ ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ତେବେ ସେ ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି କି ନାହିଁ, ସେ ନେଇ ତାଙ୍କ ନମୁନା ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜୀକୁ ପଠାଯାଇଛି । ଏହାରି ମଧ୍ୟରେ ତାମିଲନାଡୁ ସ୍ୱାସ୍ଥ୍ୟ ସଚିବ ଜେ. ରାଧାକ୍ରିଷ୍ଣନ ଆନ୍ତର୍ଜାତୀୟ ଯାତ୍ରୀଙ୍କ ଆସିବା ଉପରେ ନଜର ରଖିଥିବା କହିଛନ୍ତି । ୟୁକେରୁ ଆସୁଥିବା ବିମାନ ଯାତ୍ରୀଙ୍କର କୋଭିଡ ଟେଷ୍ଟ କରାଯିବ । ଗତକାଲି ମଧ୍ୟ ଜଣେ ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସେ ୟୁଘ୍ମେ ଏବେ କରୋନାର ଯେଉଁ ନୂଆ ପ୍ରକାର ଆସିଛି, ସେଥିରେ ସେ ସଂକ୍ରମିତ କି ନୁହେଁ , ତାହା କହିବା ଭୁଲ । ତାଙ୍କ ନମୁନା ପୁନେ ଏନଆଇଭି ପଠାଯିବ ବୋଲି ସେ ରାଧାକ୍ରିଷ୍ଣନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking