34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ, ଅସହାୟ କୁନିଝିଅ ମଧୁ

ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ, ଅସହାୟ କୁନିଝିଅ ମଧୁ

ଗୁଣୁପୁର:  ଅସହାୟ ଅବସ୍ଥାରେ କୁନିଝିଅ ମଧୁସ୍ମିତା । ନା କିଛି କହି ପାରୁଛି, ନା ଚାଲିପାରୁଛି । ଖାଲି କୁନି କୁନି ଆଖିରେ ଜୁଳୁଜୁଳୁ ଅନେଇ ରହିଛି । ଏ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ବନ୍ଧୁଗୁଡା ଗ୍ରାମର ବେଣୁ ଶବରଙ୍କ ଆଠ ବର୍ଷର ଝିଅ ମଧୁ । ଜନ୍ମରୁ ଏଭଳି ପରିସ୍ଥିତି ଝିଅର ନ ଥିଲା ବୋଲି ମଧୁର ବାପା ମା କହିଛନ୍ତି । ଝିଅ ଜନ୍ମ ହେବାର ଆଠ ମାସ ପରେ ଏଭଳି ହଠାତ ଶରୀରରେ ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଥିଲା । ହଠାତ ତାଙ୍କ ଝିଅର ପାଟି ଖୋଲିଲା ନାହିଁ । ଗୋଡ଼ ହାତ ମଧ୍ୟ ଠିକ ଭାବେ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ନା ମଧୁ ଏବେ ଠିଆ ହୋଇ ପାରୁଛି ନା ଚାଲି ପାରୁଛି । ମା ଖୁଆଇ ଦେଲେ ଯାହା ଟିକେ ଖାଉଛି । ଏଭଳି ଅସ୍ୱାଭାବିକ ପରିସ୍ଥିତି ଯୋଗୁଁ ପିତା ମାତା ଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ପଡିଛି ମଧୁ । ଝିଅର ଏଭଳି ପରିସ୍ଥିତି ନେଇ ବାପା ବେଣୁ ଶବର ଓ ମା ସୁବାସିନୀ ଶବର ଗୁଣୁପୁର, ରାୟଗଡା ଓ ପାରଳାଖେମୁଣ୍ଡି ଡାକ୍ତରଖାନାରେ ମଧୁ କୁ ନେଇ ଦେଖେଇ ଥିଲେ । ହେଲେ କୌଣସି ସୁଫଳ ମିଳି ନ ଥିଲା । ଉଚ୍ଚ ଓ ଉନ୍ନତ ମାନର ଚିକିତ୍ସା ପାଇଁ ନା ତାଙ୍କ ପାଖରେ ଅଛି ଆର୍ଥିକ ସମ୍ବଳ ନା କିଛି ସହାୟତା । ମଧୁ ଙ୍କ ମା ଦିନ ମଜୁରିଆ ହୋଇ ଥିବା ବେଳେ, ବାପା ସାହିରେ ଏକ ଛୋଟିଆ ଦୋକାନ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରନ୍ତି । ମଧୁ ର ଏଭଳି ଅବସ୍ଥା ଯୋଗୁଁ ତାକୁ ଏକୁଟିଆ ଛାଡି କାମଦାମ ପାଇଁ ଯାଇ ପାରୁନଥିବା ତାଙ୍କ ମା ପ୍ରକାଶ କରିଛନ୍ତି । ମଧୁର ଛୋଟ ବେଳର ଗୁଲୁଗୁଲିଆ ଫୋଟ ଦେଖି ଅତୀତ କୁ ଗୁମୁରି ଗୁମୁରି କୋହ ସମ୍ବରଣ କରି ପାରୁ ନାହାଁନ୍ତି ଏହି ଦମ୍ପତି ।

ଏହି ଘଟଣାକୁ ଲୋକ ଲୋଚନକୁ ଆଣିଛନ୍ତି ଗୁଣୁପୁର ଥାନା ରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ସୁଶାନ୍ତ କୁମାର ବେହେରା । ଖାଲି ଲୋକ ଲୋଚନକୁ ଆଣିଛନ୍ତି ତା ନୁହେଁ ଝିଅ ଟିର ଚିକିତ୍ସା ପାଇଁ ଜିଲ୍ଲା ସ୍ତରରେ ବିଭିନ୍ନ ଅଧିକାରୀ ଙ୍କ ସହ ଆଲୋଚନା କରି ସହାୟତା ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି । ଏନେଇ ଗୁଣୁପୁର ଉପଜିଲ୍ଲାପାଳ ଓ ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଆବଶ୍ୟକୀୟ ବିଧି ମୁତାବକ ସହାୟତା ଯୋଗାଇ ଦେବାକୁ କହିଛନ୍ତି । ସତରେ କଣ କୁନିଝିଅ ଫେରି ପାଇବ ତାର ପୂର୍ବବସ୍ଥା, ଝିଅର ମା ବାପା ଡାକ ଶୁଣିବେ ତାର ପିତା ମାତା ତାହା ଦେଖିବାକୁ ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking