28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବାହାଘର ମଝିରେ ହଜିଗଲା ବରଣମାଳା, ତୁରନ୍ତ ଆମାଜନ୍‌ରୁ ମାଳ ଅର୍ଡର କରି ବିବାହ କଲେ ଯୁବକ

ବାହାଘର ମଝିରେ ହଜିଗଲା ବରଣମାଳା, ତୁରନ୍ତ ଆମାଜନ୍‌ରୁ ମାଳ ଅର୍ଡର କରି ବିବାହ କଲେ ଯୁବକ

ନୂଆଦିଲ୍ଲୀ : ବିବାହରେ ସ୍ତ୍ରୀକୁ ଖୁସି କରିବାକୁ ଜଣେ ଯୁବକ ଅଦ୍ଭୁତ ଉପାୟ ଆପଣାଇଛନ୍ତି। ଯାହା ବିଷୟରେ ସେ ନିକଟରେ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ତ୍ରୀକୁ ଇମ୍ପ୍ରେସ୍‌ କରିବାକୁ ଯୁବକ ଜଣକ ବେଦୀ ଉପରେ ହିଁ ଅନ୍‌ଲାଇନ୍‌ରେ ବରଣ ମାଳା ଅର୍ଡର କରିଥିଲେ। ଆଉ ଅର୍ଡର ଆସିବା ପରେ ସେ ସେହି ମାଳକୁ ସ୍ତ୍ରୀଙ୍କ ବେକରେ ପିନ୍ଧାଇ ତାଙ୍କୁ ବିବାହ କରିଛନ୍ତି। ଏହି ଘଟଣାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ, ବର କ୍ରିଷ୍ଣା ବର୍ଷନେ ଗୁଗଲରେ ଆଡ୍‌ ମ୍ୟାନେଜର ଭାବେ କାମ କରୁଥିବା ବେଳେ କନ୍ୟା ଫାଲଗୁନୀ ଖାନ୍ନା ଆମାଜନ୍‌ କମ୍ପାନୀରେ କର୍ମଚାରୀ ଅଛନ୍ତି। କ୍ରିଷ୍ଣା ନିଜ ଲିଙ୍କଡ୍‌ ଇନ୍‌ରେ ବିବାହ ବିଷୟରେ ଏକ ମଜାଦାର କଥା ସେୟାର କରିଛନ୍ତି। ସେ କହିଛନ୍ତି, ବାହାଘରରେ ସ୍ତ୍ରୀଙ୍କୁ ସରପ୍ରାଇଜ୍‌ ଦେବାକୁ ସେ ଯୋଜନା କରିଥିଲେ। ଆଉ ଯୋଜନା ଥିଲା-ବାହାଘର ମଝିରେ ବରଣମାଳା ହଜିଯାଉଛି। ଏଣୁ ସେ ଆମାଜନ୍‌ରୁ ମାଳ ଅର୍ଡର କରୁଛନ୍ତି। ଏହି ପୋଷ୍ଟରେ ସେ ସ୍ତ୍ରୀଙ୍କୁ ଆମାଜନିଆନ୍‌ ଓ୍ଵାଇଫ୍‌ ବୋଲି ସମ୍ବୋଧିତ କରିଛନ୍ତି।

ବାହାଘର ବେଳର ଫଟୋ ସେୟାର କରି କ୍ରିଷ୍ଣା ଲେଖିଛନ୍ତି, ମୁଁ ମୋ ଆମାଜନିଆନ୍‌ ପତ୍ନୀଙ୍କୁ ବରଣମାଳା ହଜିଯାଇଥିବା ନାଟକ କରି ଏକ ସରପ୍ରାଇଜ୍‌ ଦେଇଛି। ସେ ଆମାଜନ୍‌ରେ କାମ କରୁଥିବାରୁ ମୁଁ ଆମାଜନରୁ ମାଳ ଅର୍ଡର କରିଥିଲି। ଏହା ଦେଖି ପତ୍ନୀ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି କ୍ରିଷ୍ଣା। ନିଜ ପ୍ରେମ ପାଇଁ ଏକ ବ୍ରାଣ୍ଡ୍‌ ଇଣ୍ଟିଗ୍ରେସନ୍‌ କରୁଛି ବୋଲି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି।

ତେବେ କ୍ରିଷ୍ଣାଙ୍କର ଏହି ପୋଷ୍ଟକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି କିନ୍ତୁ କଟାକ୍ଷ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି- ଆପଣ ଏତେ ବଡ଼ ଦିନରେ ବି ସ୍ତ୍ରୀଙ୍କ ପାଇଁ କିଛି ବଡ଼ ଚିନ୍ତା କରିପାରିଲେ ନାହିଁ। ସେହିପରି ଆଉ ଜଣେ କହିଛନ୍ତି- ସ୍ତ୍ରୀଙ୍କୁ ଆମାଜନିଆନ୍‌ କହିବାର ମାନେ କଣ? ଅନ୍ୟପଟେ ଆଉ କିଛି ୟୁଜର କ୍ରିଷ୍ଣାଙ୍କ ବୁଦ୍ଧିକୁ ପ୍ରଶଂସା କରିଥିବା ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking