26.1 C
Bhubaneswar
Monday, September 25, 2023
Homeଦେଶ ବିଦେଶପୁଅ ପାଇଁ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଲେ ଭାରତୀ ଏବଂ ହର୍ଷ , ମାତ୍ର ୬ ଦିନରେ...

ପୁଅ ପାଇଁ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଲେ ଭାରତୀ ଏବଂ ହର୍ଷ , ମାତ୍ର ୬ ଦିନରେ ହୋଇଗଲେ ୧୫ ହଜାର ଫଲୋୟର୍ସ

ମୁମ୍ବାଇ : କମେଡି କୁଇନ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି। ଭାରତୀ ଏବଂ ହର୍ଷ କେବଳ ଅନସ୍କ୍ରିନ ନୁହେଁ ବରଂ ଅଫସ୍କ୍ରିନରେ ମଧ୍ୟ ମଜାକ ମୁଡ୍‌ରେ ରହିଥାନ୍ତି। ନିକଟରେ ହିଁ ଭାରତୀ ପୁଅ ଲକ୍ଷ୍ୟର ଚେହେରା ଫ୍ୟାନ୍ସଙ୍କୁ ଦେଖାଇଥିଲେ। ଯାହାପରେ ପୁଅର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ଆଉ ଇନଷ୍ଟାରେ ଭାରତୀଙ୍କ ପୁଅ ଗୋଲାଙ୍କ ଫଲୋୟର୍ସ ସଂଖ୍ୟା ବଢି ବଢି ଚାଲିଛି।

ଭାରତୀଙ୍କ ପୁଅ ଲକ୍ଷ୍ୟ ନାମରେ ଲକ୍ଷ୍ୟ ସିଂ ଲିମ୍ବାଚିୟା @laksh_singhlimbachiya ଏକ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରେ ପ୍ରଥମ ପୋଷ୍ଟ ୬ ଦିନ ପୂର୍ବରୁ ଅର୍ଥାତ୍‌ ୨୬ ଜୁଲାଇରେ ହୋଇଥିଲା। ଯେଉଁଥିରେ ହର୍ଷ ଏବଂ ଭାରତୀ ପୁଅକୁ କୋଳରେ ଧରିଥିବା ନଜର ଆସିଥିଲେ। ଏପର୍ଯ୍ୟନ୍ତ ସେହି ଆକାଉଣ୍ଟରେ ୫ଟି ପୋଷ୍ଟ କରାଯାଇଛି। ଆଉ ଏହି ଆକାଉଣ୍ଟରେ ଏପର୍ଯ୍ୟନ୍ତ ୧୪.୪ ହଜାର ୟୁଜର୍ସ ଫଲୋ କରୁଛନ୍ତି। ଆଉ ଏହି ଆକାଉଣ୍ଟରୁ ମାତ୍ର ୪ ଜଣକୁ ଫଲୋ ବ୍ୟାକ୍‌ କରାଯାଉଛି।

ଲକ୍ଷ୍ୟଙ୍କ ଆକାଉଣ୍ଟରେ ଯେଉଁ ଡିପି ଲାଗିଛି, ସେଥିରେ ଗୋଲା ହ୍ୟାରୀ ପୋଟର ଅନ୍ଦାଜରେ ନଜର ଆସିଛନ୍ତି। ଏହାକୁ ଦେଖି ଫ୍ୟାନ୍ସ କ୍ୟୁଟ୍‌ ବୋଲି ପ୍ରଶଂସା କରୁଛନ୍ତି। ଆଉ ଆକାଉଣ୍ଟର ବାୟୋରେ ଲେଖାଯାଇଛି, ଲକ୍ଷ୍ୟସିଂ ଲିମ୍ବାଚିୟା, ହର୍ଷ ଏବଂ ଭାରତୀଙ୍କ ପୁଅ। ମୋ ଆକାଉଣ୍ଟ ମୋ ଜେଜେ ମା ଚଳାଉଛନ୍ତି’। ଏହାଛଡା ବାୟୋରେ କିଛି ସ୍ମାଇଲି ମଧ୍ୟ ବ୍ୟବହାର ହୋଇଛି। ଗତ କିଛିଦିନ ତଳେ ଲକ୍ଷ୍ୟ ଏବଂ ଭାରତୀଙ୍କର ଏକ ଭିଡିଓ ସେୟାର କରାଯାଇଥିଲା, ଯାହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଖୁବ୍‌ ପସନ୍ଦ ଆସିଛି।

ସୂଚନାଯୋଗ୍ୟ, ହର୍ଷ ଏବଂ ଭାରତୀ ୨୦୧୭ ଡିସେମ୍ବର ୩ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହା ପରେ ୩ ଏପ୍ରିଲ ୨୦୨୨ରେ ପୁଅକୁ ଜନ୍ମ ଦେଇଥିଲେ ଭାରତୀ। ହର୍ଷ ଏବଂ ଭାରତୀ ପୁଅ ଲକ୍ଷ୍ୟକୁ ଗୋଲା ବୋଲି ଡାକୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking