28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିବାହ ବେଦୀରେ ଲଢିଲେ ବର-କନ୍ୟା

ବିବାହ ବେଦୀରେ ଲଢିଲେ ବର-କନ୍ୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିମଧ୍ୟରୁ ଏକ ଭିଡିଓ ଏମିତି ରହିଛି ଯାହାକୁ ଦେଖିଲେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଘଟଣା ସମସ୍ତଙ୍କୁ ମଜା ଦେଇଛି ସତ, କିନ୍ତୁ କାରଣ ସମସ୍ତଙ୍କୁ ଚକିତ କରି ଦେଇଛି । ବିବାହ ବେଦୀରେ ବର-କନ୍ୟା ମଧ୍ୟରେ ଲାଗିଯାଇଛି ଲଢେଇ । ତେବେ କାରଣ ଜାଣିବା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ ।

ଏହି ବିବାହ କାର୍ଯ୍ୟକ୍ରମରେ ବର ଏବଂ କନ୍ୟା ଉଭୟ ପରସ୍ପରଙ୍କୁ ପ୍ରଥମେ ବରମାଳା ପିନ୍ଧାଇବା ପାଇଁ ଲଢେଇ ଆରମ୍ଭ କରି ଦେଇଥିଲେ । ତେବେ ସବୁଠୁ ରୋମାଞ୍ଚକର ଥିଲା ଉଭୟଙ୍କ ପରିବାର ତାଳି ବଜାଇ ସେମାନଙ୍କୁ ମୁକାବିଲା ଜୋରଦାର କରିବା ପାଇଁ ଉସୁକାଉଥିଲେ । ଏହାପରେ ଉଭୟଙ୍କୁ ପରିବାର ଲୋକେ ସେମାନଙ୍କୁ ଟେକି ଉପରକୁ ଉଠାଇ ଦେଉଛନ୍ତି । ଏସବୁ ପରେ ବି ଉଭୟଙ୍କ ଝଗଡା ଥମିବାର ନାଁ ନେଉନି । ତେବେ ଧିରେ ଧିରେ ଝଗଡା ଏତେ ବଢିଯାଏ ଯେ କାନ୍ଧ ଉପରେ ବସିଥିବା ବେଳେ ସେମାନଙ୍କ ନିୟନ୍ତ୍ରଣ ହରାଇ ବସନ୍ତି । ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବରକନ୍ୟା ଦୁଇ ଜଣ ତଳେ ଖସି ପଡିଥିବାର ଦେଖିବାକୁ ମିଳିଛି ଏହି ମଜାଦାର ଭିଡିଓରେ ।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ୟୁଜରମାନେ ଏହି ଭିଡିଓ ଦେଖି ଖୁବ ମଜା ନେବା ସହିତ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । ଏହି ମଜାଦାର ଭିଡିଓକୁ ଦେଖିବା ପରେ ଜଣେ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ଜଣେ ଏହାକୁ ବିବାହ ମଣ୍ଡପ ନା ଯୁଦ୍ଧ ମଇଦାନ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଏମିତି ବିବାହ ଆଗରୁ ଦେଖି ନଥିବା ଲେଖିଛନ୍ତି ଆଉ ଜଣେ ୟୁଜର । ତେବେ ଆଉ କିଛି ୟୁଜର କହିଛନ୍ତି ଯେ, କିଏ ଏମାନେ କେଉଁଠୁ ଆସୁଛନ୍ତି ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking