28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମଞ୍ଚ ଉପରେ କନିଆଁକୁ ମାଡ଼ ମାରିଲା ବର

ମଞ୍ଚ ଉପରେ କନିଆଁକୁ ମାଡ଼ ମାରିଲା ବର

ନୂଆଦିଲ୍ଲୀ:  ଜମିଥିଲା ଖଚାଖଚ ଭିଡ । ଉପସ୍ଥିତ ଥିଲେ ସମସ୍ତ ଅତଥିଗଣ । ମଞ୍ଚ ଉପରେ ଠିଆ ହୋଇଥିଲେ ବର କନ୍ୟା । ଚାଲିଥିଲା ରିସେପସନ୍‌ ପାର୍ଟି । ଭୋଜିଭାତ ନାଚ ଗୀତରେ ମସଗୁଲ ଥିଲେ ସମସ୍ତେ । ଏତିକି ବେଳେ ହଠାତ୍‌ ମଞ୍ଚ ଉପରେ କନିଆଁକୁ ଜୋରଦାର ଚାପୁଡା ମାରିଲା ବର । ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଉଜ୍‌ବେକିସ୍ତାନର ଏକ ଅଞ୍ଚଳରେ ଆୟୋଜନ ହୋଇଥିଲା ଏକ ବିବାହ ରିସେପ୍‌ସନ ପାର୍ଟି । ମଞ୍ଚ ଉପରେ ଠିଆ ହୋଇଥିଲେ ବର-କନିଆଁ । ଏତିକି ବେଳେ ବର-କନିଆଁଙ୍କ ମଧ୍ୟରେ ଏକ ଗେମ୍‌ ଖେଳାଯାଇଥିଲା । ଏହି ଗେମ୍‌ରେ ଜିତି ଯାଇଥିଲା କନିଆଁ । ଏହା ଦେଖି ବର ନିଜ ପରାଜୟକୁ ଆଉ ସହିପାରିଲା ନାହିଁ । ରାଗରେ ମଞ୍ଚ ଉପରେ ହିଁ ନିଜ ପତ୍ନୀକୁ ସମସ୍ତଙ୍କ ସାମ୍ନାରେ ମାରିଦେଲା ଜୋରଦାର ଚାପୁଡା । ଚାପୁଡା ମାରିବା ପରେ ବର ଜଣକ କିଛି ଘଟିନଥିଲା ଭଳି ସ୍ୱାଭାବିକ ଭାବେ ପୁଣି ଠିଆ ହୋଇପଡିଲା । କିନ୍ତୁ କନିଆଁ ଜଣକ ଏଭଳି ମାଡ ସହିପାରିଲେ ନାହିଁ । ଯନ୍ତ୍ରଣାରେ ସେ ନିଜ ମୁଣ୍ଡକୁ ଧରି ପକାଇଲେ । ପରେ ସେ ମଞ୍ଚ ଉପରୁ ମନ ଦୁଃଖ କରି ଚାଲି ଯାଇଥିଲେ । ଏହି ଘଟଣା ପରେ ଆଉ କ’ଣ ଘଟିଲା ସେ ନେଇ କିଛି ସୂଚନା ମିଳିନାହିଁ ।

ଉଜ୍‌ବେକିସ୍ତାନ ପୋଲିସ ତରଫରୁ ଘଟଣାକୁ ନେଇ କୌଣସି ବୟାନ ମଧ୍ୟ ସାମ୍ନାକୁ ଆସିନାହିଁ । ତେବେ ଏହି ବିବାହଟି ଆରେଞ୍ଜ ଥିଲା ନା ପ୍ରେମ ବିବାହ ତାହା ଜଣାପଡିନାହିଁ । ସେପଟେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଅନେକ ସୋଶାଲ ମିଡିଆରେ ୟୁଜର୍ସ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ଅସହନୀୟ । ବରକୁ ନିଶ୍ଚିତ ରୂପେ ଦଣ୍ଡ ମିଳିବା ଉଚିତ ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଝିଅର ବାପା-ମା’ ଏହା ଦେଖି କିଭଳି ସହ୍ୟ କରିାରୁଛନ୍ତି । ଏହା ଏତେ ଭୟଙ୍କର ଯେ, ଏହାକୁ ସମାଧାନ କରାଯାଇପାରିବ ନାହିଁ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking