28.1 C
Bhubaneswar
Saturday, April 27, 2024
Homeଓଡିଶାବନ୍ଦନଝରି ଗାଁ ପୋଲ ତଳୁ ମିଳିଲା ମୃତଦେହ

ବନ୍ଦନଝରି ଗାଁ ପୋଲ ତଳୁ ମିଳିଲା ମୃତଦେହ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ବନ୍ଦନଝରି ଗାଁ ପୋଲତଳୁ ମିଳିଲା ମୃତଦେହ ।ମୃତକ ହେଲେ କୃଷ୍ଣପୁର ଗାଁର ବନମାଳୀ ନାୟକ । ଗତକାଲି ଆକୁଳ ଗାଁ ହାଟକୁ ଯାଇ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବନମାଳୀ ଙ୍କୁ ପାଇନଥିଲେ । ଗତକାଲି ରାତି ୮ଟା ବେଳକୁ ବନ୍ଦନଝରି ଗାଁ ର ଦୁଇ ଜଣ ଲୋକ ତାଙ୍କ ସ୍ତ୍ରୀ ମାଳତୀ ନାୟକ ଙ୍କୁ ପୋଲତଳେ ବନମାଳୀ ପଡିଥିବା ସମ୍ପର୍କରେ ଜଣାଇବା ପରେ ସେ ପରିବାର ଲୋକଙ୍କ ସହ ଆସି ଘଟଣା ସ୍ଥଳରେ ପହଞ୍ଚି ତେଲକୋଇ ପୁଲିସ କୁ ଜଣାଇଥିଲେ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲ କୁ ଆଣିଛି । ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ ହତ୍ଯା ସନ୍ଦେହ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking