29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶନୃଶଂସ ବାପାର ବର୍ବର କାଣ୍ଡ; ବିବାହ ପୂର୍ବରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା

ନୃଶଂସ ବାପାର ବର୍ବର କାଣ୍ଡ; ବିବାହ ପୂର୍ବରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା

ଜୟପୁର : ନୃଶଂସ ବାପାର ବର୍ବର କାଣ୍ଡ । ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ଦେଓଲି ଏକ୍ସଟେନ୍ସନ୍ ଅଞ୍ଚଳରେ ଜଣେ ବାପା ତାଙ୍କ ପୁଅ ତଥା ଜିମ୍ ଟ୍ରେନ୍‌ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୋଟିଏ ଦିନ ପରେ ତାଙ୍କ ପୁଅ ବିବାହ କରିଥାନ୍ତେ । ନୃଶଂସ ବାପା ତାଙ୍କ ପୁଅର ମୁହଁ ଓ ଛାତିରେ ୧୫ ଥରରୁ ଅଧିକ ଛୁରୀ ଭୁସିଛନ୍ତି ବୋଲି ଅଭିଯୋଗ ହୋଇଛି । ହତ୍ୟା ଘଟଣା ପରଠାରୁ ମୃତକଙ୍କ ପିତା ଫେରାର ଥିଲେ । ବିଳମ୍ୱିତ ରାତିରେ ପୋଲିସ ତାଙ୍କୁ ଜୟପୁରରୁ ଗିରଫ କରିଛି । ଏନେଇ ପୋଲିସ ସୂଚନା ଦେଇଛି । ଦକ୍ଷିଣ ଦିଲ୍ଲୀର ଡେପୁଟି କମିଶନର କହିଛନ୍ତି ଯେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡିଥିଲା ଯେ କେହି ଜଣେ ଗୌରବଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ ।

ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକଙ୍କ ସମ୍ପର୍କୀୟଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା । ପରେ ବିଳମ୍ବିତ ରାତିରେ ଗୌରବଙ୍କ ବାପାକୁ ଜୟପୁରରୁ ଧରିଥିଲା ପୋଲିସ । ପଚରାଉଚରା ବେଳେ ମୃତକଙ୍କ ପିତା ସମସ୍ତ ଅଭିଯୋଗ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରିବା ପରେ ତାଙ୍କର କୌଣସି ଅନୁତାପ ନାହିଁ ବରଂ ସେ ଏହା ବହୁ ପୂର୍ବରୁ କରିବା ଉଚିତ୍ ଥିଲା । କହିବାକୁ ଗଲେ ମୃତକଙ୍କ ସହ ତାଙ୍କ ପିତାଙ୍କର କିଛି ବିବାଦ ଲାଗି ରହିଥିଲା ଏବଂ ଯେଉଁଥିପାଇଁ ସେ ହତ୍ୟା କରିଥିଲେ । ଯେତେବେଳେ ଘର ନିକଟରେ ବାଜା ବାଜୁଥିଲା ସେହି ସମୟରେ ନିଜ ପୁଅକୁ ହତ୍ୟା କରିଥିଲା ବାପା । ପୋଲିସ ମୃତକଙ୍କ ସାନଭାଇ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଅଧିକ ପଚରାଉଚରା କରୁଛି । ଘଟଣାର ତଦନ୍ତ ପାଇଁ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking